ଚିକିଟିରେ ବଢି ଚାଲିଛି ଚୋରଙ୍କ ଦୋରାତ୍ମ୍ୟ

ଚିକିଟି (ଯୁଗାବ୍ଦ ନ୍ୟୁଜ)
କେ. ନୂଆଁ ଗାଁ ଥାନା ଅନ୍ତର୍ଗତ ଚିକିଟି ଅଞ୍ଚଳରେ ଗତ କିଛିଦିନ ହେଲା ଚୋରଙ୍କ ଆତଙ୍କ ବଢିବାରେ ଲାଗିଛି । ସୋମବାର ବିଳମ୍ବିତ ରାତିରେ ପାଣ୍ଡିରୀ ଗ୍ରାମର ଅରକ୍ଷୀତ ବେହେରାଙ୍କ ଛାତ ପଟେ ପଶି ନଗଦ ୨୮ ହଜାର ୫ଶହ ନେବା ସହ ଆଲମାରୀ ଭିତରୁ ବନ୍ଧାବାସନ ଫିଙ୍ଗି ଫୋପାଡି ଲୁଟି ନେଇଛନ୍ତି । ଏନେଇ ଅରକ୍ଷିତ ଧାନଘର ଫାଣ୍ଡିରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଫାଣ୍ଡି ଅଧିକାରୀ ଘଟଣାସ୍ଥଳହରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସୁଚନାଯୋଗ୍ୟ ଚଳିତ ମାସରେ ପାଣ୍ଡିରି ଗ୍ରାମରୁ ୪ଜଣଙ୍କ ଘରୁ ଚୋରୀ ହୋଇିଛି । ଖରାଦିନରେ ସାଧାରଣତଃ ଲୋକମାନେ ଘର ବାରଣ୍ଡା କିମ୍ବା ଛାତ ଉପରେ ସୋଇବାକୁ ଭଲ ପାଆନ୍ତି ଏହାର ସୁଯୋଗ ନେଇ ଚୋରମାନେ ଘର ଭିତରକୁ ପଶି ଚୋରୀ କରିଥାନ୍ତି । ତେବେ ପୋଲିସର ସ୍ଥାଣୁତା ଓ ପେଟ୍ରୋଲିଂ କମିବାରୁ ଚୋରୀ ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ