ଚିକିଟି କଲେଜରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଚିକିଟି,(କୁରେଶୁ ସାହୁ): ସ୍ଥାନୀୟ ଚିକିଟି ମହାବିଦ୍ୟାଳୟରେ ଯୁବ ରେଡ଼ କ୍ରସ ସୋସାଇଟି,ଜାତୀୟ ସେବା ସଂସ୍ଥା ଓ କେ.ନୂଆଗାଁ ଥାନାର ମିଳିତ ସହଯୋଗରେ ଏକ ସଡକ ସୁରକ୍ଷା ସଚେନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ପାଣିଗ୍ରାହୀ,ଚିକିଟି ଉପଖଣ୍ଡ ଥାନାଧିକାରୀ ସୁରେନ୍ଦ୍ରନାଥ ମୁର୍ମୁ,କେ.ନୂଆଁଗା ଭାରପ୍ରାପ୍ତ ଥାନାଧିକାରୀ ମାଧବାନନ୍ଦ ନାୟକ ପ୍ରମୁଖ ଆନୁଷ୍ଠାନିକନିକ ଭାବେ ପତାକା ଦେଖାଇ ସାଇ କେଲ ରାଲି ର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରୁ କରବାଲୁଆ ଛକ ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା ରେ ବାହାରି “ସଡକ ସୁରକ୍ଷା ଜୀବନ ରକ୍ଷା” ସ୍ଲୋଗାନ ଦେଇ ପ୍ଲା କାର୍ଡ ଧରି ଗାଡିଚାଳକ ,ପଥାଚାରି ମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।ଏହି ଅବସରରେ ଯୁବ ରେଡ଼ କ୍ରସ ସୋସାଇଟି ର ସଂଯୋଜକ ଆଶୁତୋଷ ସାହୁ ,ସହ ସଂଯୋଜକ ରାଜେଶ ଆଚାରୀ,ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସୁନୀଲ କୁମାର ପଣ୍ଡା ,ଡ଼ଃ ସୁଜାତା ସାମନ୍ତରାୟ ,ଶ୍ରୀ ଲକ୍ଷ୍ମଣ ବେହେରା, ଶ୍ରୀ ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


