ଚିକିଟି ପ୍ରେସ କ୍ଳବର ଶୋକ ସଭା
ଚିକିଟି, (କୁରେସ ସାହୁ):ଚିକିଟି ବ୍ଲକ ପ୍ରେସ କ୍ଳବ ଦ୍ୱାରା ଦିବଙ୍ଗତ ବରିଷ୍ଠ ସାମ୍ବାଦିକ ଅରିଂଦମ ଦାସ ଙ୍କ ଅକାଳ ମୃତ୍ୟୁ ରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। କର୍ମ କ୍ଷେତ୍ର ରେ ସାହାସିକତା ର ସହ ମହାନଦୀ ପାଣି ରେ ଗଜରାଜ ଙ୍କ ଫସିବା ଘଟଣା କୁ ଦର୍ଶକ ଙ୍କ ସାମ୍ନା କୁ ଆଣିବା କୁ ଯାଇ ପ୍ରକୃତି ର ବିପରୀତ ନୀତି ରେ ସେ ଫସି ଇହଲୀଳା ସମ୍ବରଣ କରିଛନ୍ତି।ତାଙ୍କ ମୃତ୍ୟୁ ରେ ଚିକିଟି ପ୍ରେସ କ୍ଲବ ର ସାମ୍ବାଦିକ ମାନେ ଶୋକ ପ୍ରକାଶ କରି ଆମର ଆତ୍ମା ର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।
ସେ ଜଣେ ଦକ୍ଷ, ନିର୍ଭୀକ,ନିରପେକ୍ଷ, ଓ ଆଦର୍ଶ ସାମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହିତ ରାଜନୀତି,କ୍ରାଇମ, ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ନିଜର ର ପରାକାଷ୍ଠା ଦେଖାଇ ସମସ୍ତ ଙ୍କ ପ୍ରେରଣା ର ଉତ୍ସ ପାଲଟି ଯାଇଥିଲେ।ତାଙ୍କ ମୃତ୍ୟୁ ରେ ଆମର ଆତ୍ମା ର ସଦ୍ଗତି କାମନା କରି ପରିବାର ପ୍ରତି ସମବେଦନା ଜଣେଇ ଛନ୍ତି ପ୍ରେସ କ୍ଲବ।ଅଶ୍ରୁଳ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସୁରେନ୍ଦ୍ର ନାଥ ପଣ୍ଡା।ଇଶ୍ଵର ମହାରଣା, ତ୍ରିପତି ସାହୁ, ଗୀତାଞ୍ଜଳି ପଟନାୟକ, ରାଜଗୋପାଳ ପାଢ଼ୀ, ନଳିନୀକାନ୍ତ ପଟନାୟକ, ଦୀପ୍ତି ରଂଜନ ପାଢ଼ୀ, ଅକ୍ଷୟ ସାହୁ, ସନ୍ତୋଷ ମହାପାତ୍ର ଙ୍କ ସମେତ ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟନାୟକ, ସମାଜସେବି ଦିପୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।