ଚିକିଟି ବ୍ଲକକୁ ମରୁଡି ଘୋଷଣା କରିବାକୁ ଭାଜପା ଚିକିଟିର ଦାବି
ଚିକିଟି,(କୁରେଶୁ ସାହୁ): ଚଳିତ ବର୍ଷ ବର୍ଷା ଅଭାବରୁ ଚିକିଟି ବ୍ଲକର ସମସ୍ତ ସର୍କଲରେ ବୋହୁ ଜମି ଚାଷ କାର୍ଯ୍ୟ ନ ହୋଇନପାରି ପଡିଆ ରହିଛି | ସେହିଭଳି ଧାନ ରୁଆ ହୋଇଥିବା ଜମି ମଧ୍ୟ ବର୍ଷା ଅଭାବରୁ ନଷ୍ଟ ହେବାକୁ ବସିଲାଣି | ଯାହା ଦ୍ୱାରା ଚାଷୀଙ୍କ ମେରୁଦଣ୍ଡ ଦୋହଲି ପଡିଛି | ବୋହୁ କଷ୍ଟ ଓ ଋଣ କରି ଚାଷୀ ଧାନ ମଞ୍ଜି ବୋହିବା ଠାରୁ ଆରମ୍ଭ କରି ଧାନ ଅମଳ କରିବା ପାଇଁ ଲକ୍ଷ ରଖିଥିଲା | ହେଲେ ପ୍ରକୃତିର କରାଳରେ ଚାଷୀର ସବୁ ସ୍ବପ୍ନ ଧୂଳିସାତ ହୋଇଗଲା | ପାଣି ନ ମିଳିବାରୁ ଜମି ଫାଟି ଆଁ କରିଛି | କେନାଲ ଆଶ୍ରିତ ଥିବା ଜମିକୁ ମଧ୍ୟ ଜଳଆଭାବ ଯୋଗୁ କେନାଲ ଶେଷ ମୁଣ୍ଡକୁ ପାଣି ପହଞ୍ଚି ପାରିଲା ନାହିଁ | ବର୍ତ୍ତମାନ ଚାଷୀଙ୍କ ପାଇଁ ସରକାର ସହାୟତା ଏକ ମାତ୍ର ସାହା ଭରସା | ରାଜସ୍ବ ବବିଭଗ ଓ କୃଷି ବିଭାଗ ମିଳିତ ଭାବେ ସମସ୍ଥ ଚାଷ ଜମିର ତଦନ୍ତ କରି ଏକ ଚିଠା ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଉପସ୍ଥାପନା କରିବା ଓ ଚିକିଟି ବ୍ଲକ କୁ ମରୁଡି ଘୋଷଣା କରିବା ସହିତ ଚାଷୀଙ୍କୁ ସମ୍ପୃର୍ଣ ଋଣ ଛାଡ ଓ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ ଜନତା ପାର୍ଟି ଚିକିଟି ନିର୍ବାଚନ ମଣ୍ଡଳୀ ଦୃଢ ଦାବି କରୁଛି | ଏହା ସହ ଡିଲର ଓ ସୋସାଇଟି ସମ୍ପାଦକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଷୀଙ୍କୁ ସୁଲଭ ଦରରେ ଆବଶ୍ୟକୀୟ ସାର ଯେପରି ମିଳିବ ତାହାର ସୁବ୍ୟବସ୍ଥା କରିବା ପାଇଁ ଭାଜପା ଚିକିଟି ଦାବି କରୁଛି |


