ଚିକିଟି ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଚିକିଟି ,(ଯୁଗାବ୍ଦ ନ୍ୟୁଜ୍) : ଚିକିଟି ବ୍ଲକରେ ଗଂଞ୍ଜାମ ଜିଲ୍ଲାପାଳଙ୍କ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଭାବରେ ମଙ୍ଗଳବାର ଅଭିଯୋଗ ଶୁଣାଣି ପୂର୍ବାହ୍ନ ୧୦ ଟାରେ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣୀ ଚାଲିଥିବା ସମୟରେ ୧୩୭ ଜଣ ଅଭିଯୋଗ କରିଥିଲେ । ୧୩୭ ଅଭିଯୋଗ ମଧରୁ ୧୧୭ ଟି ବ୍ୟକ୍ତି ଗତ ମାମଲା ତଥା ଆବାସ ଯୋଜନା ,ବାର୍ଦ୍ଦକ୍ୟ ଭତ୍ତା ,ରହିଥିଲା । ସେହିପରି ଅନ୍ୟ ୧୩ ଟି ରାସ୍ତା ଘାଟ ପିଇବା ପାଣି ଆଦି ଉପରେ ଅଭିଯୋଗ ରହିଥିଲା ବେଳେ ୪ ଟି ରେଡକ୍ରସ ୨୩ହଜାର ଟଙ୍କାର ଅଭିଯୋଗ ରହିଥିଲା । । ୧୩୭ ଅଭିଯୋଗ ମଧ୍ୟରୁ ୩ ଟି ଅଭିଯୋଗର ସମାଧାନ ହୋଇଥିଲା । ଏହା ସହ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଦିଗପହଣ୍ଡିରୁ ଆସୁଥିବା ଚିକିଟି ପେଣ୍ଠକୁ ଆସୁଥିବା ଗାଡି ଗୁଡିକ ଚିକିଟି ଗଡକୁ ଆସିବା ପାଇଁ ଅଭିଯୋଗ କରିବା ସହ ମୈସାନପୁର ଓ ବାହୁଦା ନଦୀରୁ ପାଣି ଉଠାଇ ପାତ୍ରପୁର ଯୋଗାଣରୁ ଏଠାକୁ ମାସରେ ୨୦ ଦିନ ପାଣି ଯୋଗାଣ ହେଉନଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ତୁରନ୍ତ ସମାଧାନ ପାଇଁ ଜିଲ୍ଲାର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚିକିଟି ବିଡିଓ ଫାଲଗୁନୀ ମାଝୀ ,ତହସିଲଦାର ହର ପ୍ରସାଦ ଭୋଇ ,ସାଇଥକୋ ଏସ୍ଡିଓ ଚିତ୍ତରଞ୍ଜନ ମଲ୍ଲୀକ ଚିକିଟି ବ୍ଲକ ଶିକ୍ଷାଧିକାରୀ ଏ. ରାଜେଶ୍ୱରୀ ,ବ୍ଲକ ଅଧକ୍ଷା ଏମ୍ ପଦ୍ମା ମଞ୍ଚାସୀନ ଥିବାବେଳେ ଏବିଡିଓ ରମାକାନ୍ତ ସାହୁ ,ଏଇଇ ସୁସାନ୍ତ କୁମାର ପଟ୍ଟନାୟକ ,ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଯୁବ ବିଜେଡି ସଭାପତି ସଚ୍ଚିଦାନନ୍ଦ ପଣ୍ଡା ,ପୂର୍ବତନ ବ୍ଳକ ଅଧକ୍ଷା ଏମ୍ ନାଗାରାଜୁଙ୍କ ସହ ସୁରେନ୍ଦ୍ର ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରି୍ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ