ଚିକିଟି ବ୍ଲକର ବିଭିନ୍ନ ଗ୍ରାମରେ ଜହ୍ନିଓଷା ଉଦଯାପିତ
ଚିକିଟି , (ଯୁଗାବ୍ଦ ନ୍ୟୁଜ) : ଚିକିଟି ବ୍ଲକର ବିଭିନ୍ନ ଗ୍ରାମ ଗୁଡିକ ରେ କୁଆଁରୀ ଝିଅ ମାନେ ନିଷ୍ଠାର ସହ ଏକ ମାସ ଧରି ପୂଜାର୍ଚନା କରୁଥିବା ଜହ୍ନିଓଷା ପର୍ବ କୁମାରପୁର୍ଣିମା ଦିନ ଉଦଯାପିତ ହୋଇଯାଇଛି । ସେଇପରି ଚାନ୍ଦପୁର ପଞ୍ଚାୟତର ଡ଼ଭାର ,ଦେଉଳିଆପଡା, ସୁନ୍ଦରଡ଼ା, ବେଲପନ୍ଥୀ,ବାଦୁଆ,ଦେବୀପୁର,ପତ୍ରଚୁଡ଼ି ଓ ଚାନ୍ଦପୁର ଠାରେ କୁମାରୀମାନେ ମହା ଆଡ଼ମ୍ବର ସହକାରେ ପାଳନ କାଇଥିବା ଦେଖିବାକୁ ମିଳିଛି। ପୂର୍ଣ୍ଣିମା ଦିନ କୁଆଁରୀ ଝିଅ ମାନେ ନୂର୍ତନ ବସ୍ତ୍ର ପରିଧାନ କରି ବୃନ୍ଦାବତୀ ଚଉଁରା ମୂଳରେ ଏକତ୍ରିତ ହୋଇ ପୂଜାର ବିଧି ଅନୁଯାଇ ପୂଜାର୍ଚ୍ଚନା କରିବା ସହ ବୃନ୍ଦାବତୀଙ୍କ ବନ୍ଦନା ଗାନ କରିଥିଲେ। ପରେ ଘଣ୍ଟ ବାଜଣା,ହୁଳ ହୁଳୀ, ତାଲି କୀର୍ତ୍ତନ ବଜେଇ ନିକଟରେ ଥିବା ବାହୁଦା ନଦୀରେ ମା ବୃନ୍ଦାବତୀଙ୍କୁ ବିସର୍ଜନ କରିବା ଦେଖିବାକୁ ମିଳିଛି ।


