ଚିକିଟୀ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ୍ ଦିବସ ପାଳିତ

ଚିକିଟି,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ମହାବିଦ୍ୟାଳୟ ଠାରେ ରେଡ଼୍ ରିବନ୍ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍‌ସ୍ ଦିବସ ପାଳିତ ହୋଇ ଥିଲା। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସନାତନ ଗୌଡ଼଼ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଇସିଟିସି କାଉନ୍ସିଲର ମନୋଜ କୁମାର ସାହୁ ରିସୋର୍ସ ପର୍ସନ ଭାବେ ଯୋଗ ଦେଇ ଥିବା ବେଳେ ରେଡ଼୍ ରିବନ କ୍ଲବ ଅଧିକାରୀ ଅଧ୍ୟାପକ ଆଶୁତୋଷ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ | ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଦିବସ ପାଳନର ମହତ୍ତ୍ଵ ବୁଝାଇବା ସହ ଏଡ୍‌ସ୍ କିପରି ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର କାରଣ ପାଲଟିଛି ତାହା ଉପରେ ଆଲୋକପାତ କରିଥିଲେ I ଆଇଆରପିଏମ ଅଧ୍ୟାପକ ସୁନୀଲ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଡସ୍ ମୁକ୍ତ କରିପାରିବା ନେଇ ନିଜର ମତବ୍ୟକ୍ତ କରିଥିଲେ । ରିସୋର୍ସ ପର୍ସନ ମନୋଜ କୁମାର ସାହୁ ଏଡ୍‌ସ୍ ର କାରଣ ନିରାକରଣ ସମ୍ପର୍କରେ ସୂଚନା ଦେବା ସହ ସ୍ଵାସ୍ଥ୍ୟ କ୍ଷେତ୍ରରେ ଅସମାନତା ଦୂର କରି ସମସ୍ତଙ୍କୁ ସମାନ ଓ ସର୍ବୋତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଲେ ଏଡ୍‌ସ୍ ଭଳି ମହାମାରୀକୁ ରୋକି ହେବ ବୋଲି କହିଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ଏମ୍ ସନାତନ ରାଓ ପୂର୍ବରୁ ହୋଇଥିବା ତର୍କ, ନିବନ୍ଧ, କୁଇଜ ଓ ଚିତ୍ର ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଶେଷରେ ଭୂତତ୍ତ୍ୱ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଶ୍ରୀ ଲକ୍ଷ୍ମଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଦିବାକର ପାଣିଗ୍ରାହୀ, ନରେନ୍ଦ୍ର ବେହେରା, ଜିତେନ୍ଦ୍ର ବେହେରା, କର୍ମକର୍ତ୍ତା ରାଣା ପ୍ରତାପ ଓ ହଷ୍ଟେଲ ୱାର୍ଡନ ଜି ଉର୍ବସୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ | ରେଡ଼୍ ରିବନ୍ କ୍ଲବ୍ ସ୍ଵେଚ୍ଛାସେବୀ ଶିବରାମ ସାହୁ, ଆରତୀ ସାହୁ, ବାଲାଜୀ ନାୟକ, ମାମାଲି ପ୍ରଧାନ, ରାକ୍ଷୀ ସାହୁ, ଆର ଚନ୍ଦ୍ରମଣି ରାଓ, କିଶ୍ଵର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ