ଚିକିଟୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟୀ ମହାବିଦ୍ୟାଳୟର ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଭବାନୀ ପ୍ରସାଦ ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ଏହି କ୍ରୀଡା ଉତ୍ସବ ରେ ମୋଟ ୧୧ଟି ଖେଳକୁଦ ପ୍ରତିଯୋଗିତା କନିଷ୍ଠ ଯଥା +୨ ଓ ବରିଷ୍ଠ ତଥା +୩, ସ୍ନାତକୋତ୍ତର ଓ ବିସିଏ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୃଥକ ଭାବେ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଆଥଲେଟିକ ଆସୋସିଏସେନ ଉପସଭାପତି ଶ୍ରୀ ସୁନିଲ କୁମାର ପଣ୍ଡା ଓ ଶ୍ରୀ ସୁନିଲ କୁମାର ପାଢୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଖେଳ ପ୍ରତିଯୋଗତକୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ ଓ କ୍ରୀଡାବିଭାଗ ଅଧିକାରୀ ଶ୍ରୀ ଆଶୁତୋଷ ସାହୁ ପରିଚାଳନା କରିଥିଲେ I ଆଜି ଦ୍ଵିତୀୟ ଦିନ ଉଦଯାପନୀ ଉତ୍ସବରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡାର ଉନ୍ନତି ପାଇଁ ସରକାର ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବା ବେଳେ ବିଦ୍ୟାଳୟ ର ପିଲାମାନେ କ୍ରୀଡା ରେ ଭଲ ପ୍ରଦର୍ଶନ କରି ମହାବିଦ୍ୟାଳୟ ର ଟେକ୍ ରଖିବାକୁ ପରାମର୍ଶ ଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଡ.ସନ୍ତୋଷ କୁମାର ବକ୍ସି ଓ ସନାତନ ଗୌଡ଼ ଯୋଗ ଦେଇଥିଲେ| ଅଧ୍ୟାପକ ଆଶୁତୋଷ ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁନିଲ କୁମାର ପାଢୀ ବିବରଣୀ ପାଠ କରିଥିଲେ। ପ୍ରତିଯୋଗିତାର ବିଜେତା ମାନଙ୍କୁ ମାନନୀୟ ବିଧାୟକ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଶେଷରେ ଅଧକ୍ଷ ସୁନିଲ ସକୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କ୍ରୀଡା ଉତ୍ସବରେ ଛାତ୍ର କୈଳାସ ଶବର ଓ ମନିଷା ମଲ୍ଲିକ ଯଥାକ୍ରମେ ବାଳକ ଓ ବାଳିକା ବିଭାଗରେ ଚାମ୍ପିଅନ ଅଫ ଚାମ୍ପିଅନସ୍ ଘୋଷିତ ହୋଇଥିଲେ । +୨ ଶ୍ରେଣୀର ଛାତ୍ରୀ ନିବେଦିତା ପ୍ରଧାନ ଓ ଛାତ୍ର ସାହିଲ କୁମାର ପ୍ରଧାନ ଓ +୩ ଶ୍ରେଣୀର ଛାତ୍ରୀ ମନିଷା ମଲ୍ଲିକ ଓ ଛାତ୍ର କୈଳାସ ଶବର ଚାମ୍ପିଅନ ଘୋଷିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ