ଚିକିତ୍ସାଧୀନ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ନବରଙ୍ଗପୁର,(ୱାଇଏନଏସ): ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଙ୍କ ପରିଚୟ ମିଳିନଥିବା ବେଳେ ଗତ ୧୨ ତାରିଖ ଦିନ କୁର୍ମାକୋଟ ସ୍ଥିତ ଏକ ନିର୍ମାଣଧୀନ ଷ୍ଟାଲ ରେ ମୁର୍ମୁଷ ଅବସ୍ଥାରେ ଏହି ବ୍ୟକ୍ତି ଜଣଙ୍କ ପଡିରହିଥିଲେ ।ଖବର ପାଇ ତେନ୍ତୁଳିଖୁଣ୍ଟି ପୁଲିସ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନା ରେ ଭର୍ତି କରିଥିଲେ।ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି ।ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାକୁ ସୂଚନା ଦେବାପରେ ପୋଲିସ ଡାକ୍ତରଖାନା ପହଂଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିବା ଜଣାପଡିଛି ।ମୃତ ବ୍ୟକ୍ତି ଜଣଙ୍କ ପରିଚୟ ମିଳିନଥିବା କାରଣ ରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ଗୃହ ଠାରେ ୯୬ ଘଣ୍ଟା ପର୍ଯ୍ୟନ୍ତ ଶବ ରଖାଯିବା ନେଇଁ ବ୍ୟବସ୍ଥା କରାଯିବ ବୋଲି ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପ୍ରଣବ କୁମାର ଟୁଡୁ ସୂଚନା ଦେଇଛନ୍ତି ।ମୃତ ବ୍ୟକ୍ତି ଜଣଙ୍କ ବୟସ ୫୦ ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି ।ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୩/୨୫ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ଅନନ୍ତ କାଡ୍ରାକା କେଶର ତଦନ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ