ଚିକିତ୍ସାଳୟରେ ସ୍ୱଚ୍ଛତା ପ୍ରବନ୍ଧ ପ୍ରତିଯୋଗିତା
ଛତ୍ରପୁର,( ପ୍ରଶାନ୍ତ ମହାରଣା ) ; ସ୍ଥାନୀୟ ପୁଲିସ ହାଇସ୍କୁଲରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଦ୍ୱାରା ଚିକିତ୍ସାଳୟରେ ସ୍ୱଚ୍ଛତା ପ୍ରବନ୍ଧ ପ୍ରତିଯୋଗିତା ଅନୁÂିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥୀ ଭାବେ ବରିଷ୍ଟ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା ଓ ସମ୍ମାନୀୟ ଅତିଥୀ ଭାବେ ଚିକିତ୍ସାଳୟ ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଧାନ ଶିକ୍ଷକ ଭାଗିରଥୀ ସ୍ୱାଇଁ ଏହି ସଭାରେ ସଭାପତିତ୍ୱ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।


