ଚିକିତ୍ସା ଅବହେଳାରୁ ମୃତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ର। ଆଜି ସକାଳେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ଡି.ଜଗାରାଓଙ୍କୁ ଛତ୍ରପୁର ମେଡିକାଲ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ଇସିଜି କରିବାକୁ କହିଥିଲେ। ଇସିଜିରେ ନିୟୋଜିତ କର୍ମଚାରୀ ଜଣକ ଆସିନଥିବାରୁ ତାଙ୍କୁ ଦିର୍ଘ ୩ ଘଂଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଏପରିକି ତାଙ୍କରି ଯନ୍ତ୍ରଣା ଅଧିକ ହେଉଥିବା ବେଳେ ଡାକ୍ତର ତାଙ୍କୁ ଚିକିତ୍ସା କରିନଥିଲେ ଇସିଜି କରିବା ପରେ ହିଁ ତାଙ୍କରି ଚିକିତ୍ସା କରାଯିବ ବୋଲି ପରିବାର ସଦଷ୍ୟକୁ କହିଥିଲେ। ଶେଷରେ ସଠିକ ଚିକିତ୍ସା ପାଇବାରୁ ବଂଚିତ ହୋଇ ଡି.ଜଗାରାଓ ପାତ୍ର ସେଠାରେ ଡଳି ପଡିଲେ। ସଠିକ ଚିକିତ୍ସା ନପାଇବାରୁ ମୋ ବାପାଙ୍କ ମୃତ୍ୟୁ ହୋଇଗଲା ବୋଲି ପୁଅ ଡି.ରାଜା ରାଓ ଅଭିଯୋଗ କରିଛନ୍ତି। ଏପରିକି ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ପରିବାର ସଦଷ୍ୟ ଓ ସ୍ଥାନୀୟ ବାସିନ୍ଦା। ଡି.ଜଗାରାଓ ପାତ୍ରଙ୍କୁ ଯଦି ପ୍ରାଥମିକ ଚିକିତ୍ସା ମିଳିଯାଇଥାନ୍ତା ହୁଏତ ସିଏ ବଚିଂଯାଇଥାନ୍ତେ। ୩ ଘଂଟା ଧରି ତାଙ୍କୁ ଇସିଜି ପାଇଁ ପ୍ରାଥମିକ ଚିକିତ୍ସା ମଧ୍ୟ ଦିଆଯାଇନଥିଲା ବୋଲି ତାଙ୍କ ପୁଅ ରାଜା ଅଭିଯୋଗ କରିଛନ୍ତି । ମୃତ୍ୟ ଖବର ଶୁଣି ବହୁ ଲୋକ ସେଠାରେ ଜମା ହୋଇଯାଇଥିଲେ। କୈାଣସି ବିଶୃଙ୍ଖଳା ହେବା ଆଶଙ୍କା ନେଇ ତୁରନ୍ତ ମେଡିକାଲ ପରିସରରେ ବ୍ୟାପକ ପୁଲିସ ମଧ୍ୟ ଜଗି ରହିଥିଲେ। ଏହି ମେଡିକାଲ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଖଲ୍ଲିକୋଟ ଓ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ର ଲୋକମାନେ ନିର୍ଭର କରିଥାନ୍ତି। ଏହାର ଭିତିଭୂମିର ପରିବର୍ତନ ହୋଇଛି। ବିଭିନ୍ନ ଆଧୁନିକ ଯନ୍ତ୍ରପାତି ମଧ୍ୟ ରହିଛି। କିନ୍ତୁ ଡାକ୍ତର ମାନଙ୍କ ମନମୁଖୀ କାର୍ଯ୍ୟ ଓ ଚିକିତ୍ସାଳୟର କତୃପକ୍ଷଙ୍କ ବେଖାତିରି ପାଇଁ ଆଜି ଜଣେ ନିରିହ ବ୍ୟକ୍ତିର ଜୀବନ ଚାଲିଗଲା। ଯେଉଁମାନଙ୍କ ଅବହେଳା ପାଇଁ ଆଜି ଏହି ଘଟଣା ଘଟିଲା ତାହାର ଏକ ତଦନ୍ତ ହୋଇ ଦେଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ