ଚିକିତ୍ସା ଅବହେଳା ରୁ ନବଜାତକ ର ମୃତ୍ୟୁ ଅଭିଯୋଗ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ଠାରେ ଥିବା ଏକ ଘରୋଇ ନର୍ସିଂହୋମ ରେ ଚିକିତ୍ସା ଅବହେଳା ରୁ ଏକ ନବ ଜାତକ ଶିଶୁ ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଘ ମୁଣ୍ଡା ଗ୍ରାମ ର ବାବୁ ବାରିକ ତାଙ୍କ ପତ୍ନୀ ଙ୍କ ଡେଲିଭରି ପାଇଁ ଚାରିଛକ ସ୍ଥିତ ଏକ ଘରୋଇ ନର୍ସିଂହୋମ ରେ ଭର୍ତ୍ତି କରିଥିଲେ। ସେଠାରେ ଅସ୍ତ୍ରୋପଚାର ପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ସନ୍ତାନ ଟି ସୁସ୍ଥ ଥିବାବେଳେ ହଠାତ ତାର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ବାପା ଚାରିଛକ ଥାନା ରେ ଲିଖିତ ଅଭିଯୋଗ କରିବା ସହିତ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ସନ୍ତାନ ଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରିବାସହିତ ମୃତ ଶିଶୁ ର ଶବ କୁ ବ୍ୟବଛେଦ ପାଇଁ ଚାରିଛକ ସ୍ଵାସ୍ଥ୍ୟକେନ୍ଦ୍ର କୁ ପଠାଇଛି। ନିମାପଡ଼ା ତହସିଲଦାର, ଚାରିଛକ ଥାନା ଅଧିକାରିଣୀ ମମତା ବିଶ୍ବାଳ ପୁରୀ ର ସାଇଣ୍ଟିଫିକ ଦଳ ସହ ଉକ୍ତ ଘରୋଇ ନର୍ସିଂ ହୋମ ରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ଘରୋଇ ନର୍ସିଂ ହୋମ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନା କାର୍ଡ ଥିବା ହିତାଧିକାରୀ ଙ୍କୁ ବହୁ ପ୍ରତିଶୃତି ଦେଇ ଏଠାରେ ଚିକିତ୍ସା ପାଇଁ ଆଣି ଶେଷରେ ଶୋଷଣ କରୁଥିବା ବହୁ ଅଭିଯୋଗ ହୋଇଛି। ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାଧାରଣଲୋକ ଙ୍କ ଅଭିଯୋଗ କୁ ଗୁରୁତର ଭାବେ ନେଇସେ ସବୁ ର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।