ଚିକିତ୍ସା ପାଇଁ ଯାଇ ଚିହ୍ନଟ ହେଉଛନ୍ତି କରୋନା

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲା ପ୍ରଶାସନର ରିପୋର୍ଟକୁ ମିଶାଇ ନାଉଗାଁ ବ୍ଳକରେ ୮୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି । ଶୁକ୍ରବାର ଜିଲ୍ଲା ପ୍ରଶସାନ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ବ୍ଲକରୁ ୬ଜଣ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରସ୍ଥିତ କର କ୍ଳିନିକରେ କିଡିନ୍ ସମସ୍ୟାର ଚିକିତ୍ସା ପାଇଁ ଯାଇଥିବା ବେଳେ କରୋନା ପରୀକ୍ଷାରେ ତାଙ୍କର ପଜିଟିଭ ଥିବା ଜଣା ପଡିଥିବା ବେଳେ ଅନ୍ୟ ୫ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାଯାଇଥିଲା । ଉକ୍ତ ୫ଜଣଙ୍କ ମଧ୍ୟରେ ଆଳୁ ବ୍ୟବସାୟୀ କରୁଥିବା ଦୁଇ ଭାଇ, ସେମାନଙ୍କ ଆଳୁ ପରିବହନ କରୁଥିବା ୨ ଜଣ ଗାଡି ଚାଳକ ଓ ଆଳୁ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ହୋଇଥିବା ଜଣାପଡିଥିଲା । ପ୍ରଶାସନ ପକ୍ଷରୁ ଉକ୍ତ ପାଂଚ ଜଣକ ପାଇଁ ନାଉଗାଁରେ କଡାକଡି ବ୍ୟବସ୍ଥା କରାଯିବା ସହିତ ୪୮ ଘଂଟା ସଟଡାଉନ ଓ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ହେଲେ କର କ୍ଲିନିକରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଉପରେ ବ୍ଲକ ପ୍ରଶାସନର କୌଣସି ନଜର ନଥିବା ଚର୍ଚ୍ଚା ହେଉଛି । ପରେ ମେଡିକାଲ ଟିମ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ କଂଟାକ୍ଟ ଟ୍ରେସ କରାଯାଇଥିବା ଜଣାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର କରୋନା ସଂକ୍ରମିତଙ୍କ ସଂର୍ପକରେ ପ୍ରକାଶିତ ତାଲିକାରେ ନାଉଗାଁ ବ୍ଲକରୁ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ଥିବା ଦର୍ଶାଯାଇଛି । ଉକ୍ତ ବ୍ୟକ୍ତି ଜଣକ ମେଡିକାଲକୁ ଚିକିତ୍ସା ପାଇଁ ଯାଇ କରୋନା ପରୀକ୍ଷା ପରେ କରୋନା ପଜିଟିଭି ବାହାରିଛି । ଏହାପରେ ଉକ୍ତ ବ୍ୟକ୍ତି ଜଣକୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଆଡମିଟ କରାଯାଇଥିବା ପ୍ରକାଶିତ ତାଲିକାରେ ଦର୍ଶାଯାଇଛି । କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ସଂର୍ପକରେ ବ୍ଲକ ପ୍ରଶାସନ ପାଖରେ ତଥ୍ୟ ନଥିବା ଖବର ଲେଖା ହେବା ପୂର୍ବରୁ ଜଣାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ବ୍ୟକ୍ତି ମେଡିକାଲକୁ ଯେ କୌଣସି ଚିକିତ୍ସା ପାଇଁ ଯାଇ କରୋନା ପରୀକ୍ଷା ପରେ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି । ଉକ୍ତ ବ୍ୟକ୍ତି କରୋନା ଚିହ୍ନଟ ହେବା ପୂର୍ବରୁ ନିଜ ଘରେ ଚଳପ୍ରଚଳ କରିବା ସହିତ ସମସ୍ତଙ୍କ ସହିତ ମିଳାମିଶା କରିଥାନ୍ତି । ଏପରିକି ଉକ୍ତ ବ୍ୟକ୍ତି ତଥା ତାଙ୍କ ପରିବାର ଲୋକ ବାହାରକୁ ବିଭିନ୍ନ କାମରେ ଯାଇ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ତେଣୁ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବାର ଆଶା କରାଯାଉଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମେଡିକାଲକୁ ଚିକିତ୍ସା ପାଇଁ ଯାଇ କରୋନା ପରୀକ୍ଷାରେ ଚିହ୍ନଟ ହେଉଥିବା ବ୍ୟକ୍ତି ବିଶେଷଙ୍କ ତଥ୍ୟ ବ୍ଲକ ପ୍ରଶାସନକୁ ତୁରନ୍ତ ଯୋଗାଇ ଦେବା ସହିତ ଆବଶ୍ୟକ ଅନୁଯାଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ