ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ବାଲିଗୁଡା ତହସିଲଦାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପିଡ଼ିତା ଝିଅର ଚିକିତ୍ସା ପାଇଁ ଦଶ ହଜାର ଟଙ୍କା ସାହାଯ୍ୟର ହାତ ବଢାଇଲେ ବାଲିଗୁଡା ତହସିଲଦାର ଡ.ବିଜୟ କୁମାର ସେଠୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ବାରଖମା ଗ୍ରାମ ନିବାସୀ ଦିସାରା ନାୟକଙ୍କ ବାଇଶି ବର୍ଷୀୟ ଝିଅ ରଶ୍ମି ପ୍ରିୟା ନାୟକ ତିନିମାସ ତଳେ ହଠାତ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା, ସେଠାରେ ମଧ୍ୟ କୌଣସି ସଫଳ ନମିଳିବାରୁ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ଦିସାରା ନାୟକ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପ୍ରତି ପୋଷଣ ରେ ବିଶେଷ ଅସୁବିଧା ରେ ଗତି କରୁଥିବା ସମୟରେ ଅର୍ଥ ବାଧକ ସାଜିଲା, ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଖରେ ଅଛି ସତ ହେଲେ ଭୁବନେଶ୍ୱର ବଡ଼ ଡାକ୍ତରଖାନା କୁ ଝିଅ ରଶ୍ମି ପ୍ରିୟା କୁ ଚିକିତ୍ସା ପାଇଁ ନେବାକୁ ହାତରେ କାଣୀ କଉଡ଼ି ଟିଏ ନାହିଁ। ଭାଗ୍ୟ କୁ ଆଦରି ରହିଥିବା ବେଳେ ହଠାତ ମନକୁ ଅନ୍ଧବିଶ୍ୱାସ ମାଡିଆସିଲା ଝିଅକୁ କେହି ଗୁଣି କରି ଦେଇଛନ୍ତି ଭାବି ଦିସା ନାୟକ ଖଟ ଦେବତା, ଗୁଣିଆ କୁ ଡାକି ଗାଁ ରେ ପୂଜା ପାଠ କରୁଥିବା ସମୟରେ ବାଲିଗୁଡା ପୋଲିସ ଓ ବାରଖମା ଫାଣ୍ଡି ଅଧିକାରୀ ସୂଚନା ପାଇ ଘଟଣା ସ୍ଥଳରେ ପହଂଚିଥିଲେ। ଏହି ଘଟଣା ଜିଲ୍ଲା ରେ ପ୍ରଘଟ ହେବା ପରେ ବାଲିଗୁଡା ପୋଲିସ ବରିଷ୍ଠ ଅଧିକାରୀ ଙ୍କ ନେତୃତ୍ୱ ରେ ଗ୍ରାମରେ ଗୁଣି ଗାରେଡି ଅନ୍ଧବିଶ୍ୱାସ ରୁ ଦୁରେଇ ରହିବା ଉଦ୍ଦେଶ୍ୟ ରେ ସଚେତନତା କରାଯାଇଥିଲା, ଏପଟେ ଝିଅ ରଶ୍ମି ପ୍ରିୟା ଦିନକୁ ଦିନ ଅସୁସ୍ଥ ହେଉଥିବା ଦେଖି ବାରଖମା ଅଞ୍ଚଳର ସମାଜ ସେଵୀ ପରମାନନ୍ଦ ନାୟକ ଜାଣି ପାରି ଆଗକୁ ବାହାରି ଥିଲେ l ରେଡକ୍ରସ ପାଣ୍ଠିରୁ ସାହାଯ୍ୟ କରିବା ନିମନ୍ତେ ବାଲିଗୁଡା ଉପଜିଲ୍ଲାପାଳ ଏମ.ଏସ. ମଧୁମିତା, ତହସିଲଦାର ବିଜୟ କୁମାର ସେଠୀ ଏବଂ ବାରଖମା ଆର.ଆଇ.କାର୍ତ୍ତିକ ବେହେରା ଙ୍କୁ ଜରୁରୀ କାଳୀନ ପାଣ୍ଠି ରୁ ସାହାଯ୍ୟ କରିବା ପାଇ ଅନୁରୋଧ କରିଥିଲେ, ବାଲିଗୁଡା ତହସିଲଦାର ପରିସ୍ଥିତି କୁ ଗୁରୁତର ସହ ନେଇ ଉକ୍ତ ପରିବାର କୁ ମଙ୍ଗଳବାର ଦିନ ଦଶହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସାହାଯ୍ୟ ପାଇ ଦିସାରା ନାୟକ ଅସୁସ୍ଥ ଥିବା ଝିଅ କୁ ଭୁବନେଶ୍ୱର ବଡ଼ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଛନ୍ତି । ତହସିଲଦାର ଙ୍କ ଏଭଳି ସହୃଦୟ ସାହାଯ୍ୟ ମନୋଭାବ ଦେଖି ବୁଦ୍ଧିଜୀବି ମହଲ ଓ ଅଞ୍ଚଳ ବାସି ବେଶ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ