ଚିକିତ୍ସିତ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରୀ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ଥାନା ଅଧିନ ଘୋଡାଇଶୁଣୀ ନିକଟରେ ଗତ ୨ ତାରିଖରେ ଅଜଣା ଗାଡି ଧକ୍କାରେ ଗୁରୁତର ଆହାତ ହୋଇ କଟକ ହସପିଟାଲରେ ଚିକିତ୍ସିତ ହେଉଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପରିଚୟ ଶାସନ ଆମ୍ବଗାଁ ର ବିଜୟ ନାହାକ । ମିଳିଥିବା ସୂଚନା ଅନୁଯାୟୀ ଗତ ୨ ତାରିଖରେ ଘୋଡାଇଶୁଣୀ ନିକଟରେ ଏକ ଗାଡି ଦ୍ରୁତ ଗତିରେ ଆସି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଘଟଣା ସ୍ଥଳରେ ରକ୍ତାତ ଅବସ୍ଥାରେ ସ୍ଥାନୀୟ ଲୋକେ ବିଜୟଙ୍କୁ ଉଦ୍ଧାର କରି ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଗତ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା ନେଇ ପରିବାର ତରଫରୁ ହିଞ୍ଜିଳି ଥାନାରେ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରୀ ରଖିଥିବା ଥାନା ଆଇଆଇସି ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ