ଚିକିସ୍ରାଧିନ ଅବସ୍ଥାରେ ହାଇସ୍କୁଲ କିରାଣୀଙ୍କ ମୃତ୍ୟୁ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ଗାଙ୍ଗପୁର ଥାନା ଅନ୍ତର୍ଗତ ବନଦୂର୍ଗା ପୀଠ ନିକଟରେ ଅଜଣା ଗାଡି ଧକ୍କାରେ ଗୁରୁତର ଆହାତ ହୋଇଥିବା କିରାଣୀଙ୍କ ବ୍ରହ୍ମପୁର ବଡ ମେଡିକାଲରେ ଚିକିସ୍ରାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶନିବାର ସଂନ୍ଧ୍ୟା ୭ ଟା ସମୟରେ ବଡ ବୋରସିଂ ହାଇସ୍କୁଲର କିରାଣୀ ବନ୍ଧ ପ୍ରଧାନ (୫୭) ଗୁରୁତର ଆହାତ ହୋଇ ଚିକିସ୍ରିତ ହେଉଥିବା ସମୟରେ ରାତ୍ର ୧୨ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳେ ବ୍ରହ୍ମପୁର ବଡ ମେଡିକାଲ ପୋଲିସ ଫାଣ୍ଡି ଅଧିକାରୀ ଶବ ବେବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । କାଳିଆ ଗୁଡାରେ ଗ୍ରାମରେ ଶବ ପହଞ୍ଚିବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।


