ଚିକିସ୍ରା ପାଇଁ ଅର୍ଥ ସାଜିଛି ବାଧକ
କେନ୍ଦୁଝର,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଉପରଢିଆ ଗ୍ରାମର ଧନେଶ୍ୱର ବେହେରା । ପେଶାରେ ଜଣେ କାର୍ଯ୍ୟରତ ଗଣଶିକ୍ଷକ । ମାସିକ ଦରମା ମାତ୍ର ୭ ହଜାର ୨ ଶହ ଟଙ୍କା । ପରିବାର କହିଲେ ୨ ଝିଅ ସମେତ ଗୋଟିଏ ପୁଅ ଓ ତାଙ୍କ ପତ୍ନୀ । ବଡ ଝିଅର ବିବାହ ସଂମ୍ପର୍ଣ୍ଣ ହୋଇଯାଇଥିବା ବେଳେ ସାନ ଝିଅ ବିଇଡି ଶିକ୍ଷା ଲାଭ କରୁଛି ଓ ସ୍ତ୍ରୀ ଘରୋଇ କାମ କରୁଥିବା ବେଳେ ପୁଅ ରାଜେଶ ନବମ ଶ୍ରେଣୀ ପାଠ ପଢୁଥିବା ସମୟରେ ଅର୍ଥାତ ଦିର୍ଘ ୧୧ ବର୍ଷ ହେଲା ଉଇନସନସ ରୋଗରେ ଆକ୍ରାନ୍ତ ହୋଇ ଦିନ କାଟୁଛି । ଶେଷରେ ନିରାଶ ହୋଇ ପୁଅର ଉଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଅନୁମତି ଲୋଡିଛନ୍ତି ବାପା ଓ ମାଆ । ବାରମ୍ବାର ରାଜ୍ୟ ଓ ରାଜ୍ୟ ବାହାର ହସପିଟାଲକୁ ନେଇ ଯାହା ସଞ୍ଚିତ ରଖିଥିବା ଧନ ଶେଷ ହୋଇଯିବା ସହ ବିଲବାଡି ଯାହା ଥିଲା ତାହା ବିକ୍ରି କରି ପୁଅର ଚିକିସ୍ରା ନିମନ୍ତେ ୨୦୧୩ ମସିହାରେ ବାଙ୍ଗୋଲୋର ଏକ ଘରୋଇ ହସପିଟାଲରେ ଚିକିସ୍ରା କରାଇଥିଲେ କିନ୍ତୁ କୈାଣସି ସୁଫଳ ମିଳିପାରିନଥିଲା ପୁଅର ଚିକିସ୍ରା ପାଇଁ ସିଙ୍ଗାପୁରରେ ଲିଭର ପ୍ରତିରୋପଣ କରିବାକୁ ପଡିବ । ଚିକିସ୍ରା ପାଇଁ ଖର୍ଚ୍ଚ ୨୫ ରୁ ୩୦ ଲକ୍ଷ ଟଙ୍କା ର୍ ହେବ । ଏହା ଶୁଣୀ ଧନେଶ୍ୱର ଘରକୁ ପଳାଇଆସିଥିଲେ । ପିତା ଓ ମାତା ପୁଅର ଚିକିସ୍ରା ପାଇଁ ଅର୍ଥ ବାଧକ ସାଜିଥିବାରୁ ଇଚ୍ଛାମୃତ୍ୟୁ ଅନୁମତି ଲୋଡିଛନ୍ତି । ଏହା ସହ ଗତ ୨୩ ତାରିଖରେ ସ୍ପିଡ୍ ପୋଷ୍ଟ ଯୋଗେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି,ମୁଖ୍ୟମନ୍ତ୍ରୀ,ପ୍ରତାପଷଡଙ୍ଗୀ ଆଦି ବଡ ବଡ ବରିଷ୍ଠ ନେତାଙ୍କୁ ଜଣାଇଛନ୍ତି । ଏଭଳି ହୃଦୟବିଦାରକ ଘଟଣା ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର ହେବା ପରେ ତାଙ୍କ ପୁଅର ସମସ୍ତ ଚିକିସ୍ରା କରିବ ବୋଲି ପ୍ରଶାସନ ତରଫରୁ ପ୍ରତିଶୃତି ମିଳିଛି ।