ଚିକେନ୍‌ ଖାଉଥିଲେ ସାବଧାନ! ବ୍ୟାପିପାରେ କୋରୋନା

ଆପଣ ଜାଣିଛନ୍ତି କି କୋରୋନା ଭାଇରସ କେମିତି ବ୍ୟାପିଥାଏ? ଚିକେନ୍‌ ଖାଇଲେ କ’ଣ କୋରୋନା ଭାଇରସ ବ୍ୟାପିଥାଏ? ଆଜିକାଲି ଏମିତି କିଛି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚୟ। କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବାବେଳେ ଆପଣ ଚିକେନ୍‌ ଖାଇବେ କି ନାହିଁ ନିଶ୍ଚୟ ଭାବେ ମନରେ ସନ୍ଦେହ ସୃଷ୍ଟି ହେଉଥିବ। କିଛି ଦିନ ତଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ ଚିକେନ୍‌ ଓ ଅଣ୍ଡା ଖାଇବା ପୂର୍ବରୁ ଏହାକୁ ଭଲ ଭାବେ ସିଝାଇବା ଉଚିତ। ଏହି ଆଲର୍ଟ ଶୁଣିବା ପରେ ଚିକେନ୍‌ ଓ ଅଣ୍ଡା ଖାଇବାକୁ ନିଶ୍ଚିତ ଭାବେ ଶଙ୍କି ଯିବେ।
ପୂରା ଦେଶରେ ଚିକେନ୍‌ ଖାଇବା କମିଯାଇଛି : ବିଭିନ୍ନ ରିପୋର୍ଟ ମୁତାବକ ଚୀନ୍‌ରେ କୋରୋନା ଭାଇରସ ବ୍ୟାପିବା ପରେ ଭାରତରେ ଚିକେନ୍‌ ସେବନ ବହୁତ ମାତ୍ରାରେ କମି ଯାଇଛି। ତଥ୍ୟ ଅନୁସାରେ ପୂରା ଭାରତରେ ଚିକେନ୍‌ର ଚାହିଦା ୧୦ରୁ ୧୫ ପ୍ରତିଶତ କମି ଯାଇଛି। ପୂର୍ବରୁ ସାର୍ସ ଭାଇରସ ଚିକେନ୍‌ ଭଳି ଉତ୍ପାଦରେ ମଧ୍ୟ ବ୍ୟାପି ଥିଲା। କୋରୋନା ଭାଇରସ ମଧ୍ୟ ସାର୍ସ ଭାଇରସ ପରିବାରର ବୋଲି କୁହାଯାଉଛି। ଏହି କାରଣରୁ ଏବେ ଅଚାନକ ଚିକେନ୍‌ ଖାଇବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳୁଛି।
୧୦୦ ଟଙ୍କାରୁ କମ୍‌ରେ ମିଳୁଛି ଚିକେନ୍‌ : ବିଭିନ୍ନ ମିଡିଆରୁ ପ୍ରାପ୍ତ ରେଟସ୍‌ ମୁତାବକ ଦିଲ୍ଲୀରେ ପ୍ରତି କିଲୋ ଚିକେନ୍‌ ରେଟ୍‌ ୭୨ ଟଙ୍କା ହୋଇଯାଇଛି। ସେହିପରି ଭାବେ ପୁନେରେ ୧ କିଲୋ ଚିକେନ୍‌ର ଦାମ୍‌ ୭୨ ଟଙ୍କାରେ ପହଞ୍ଚିଛି। ଅଣ୍ଡା ଦାମ୍‌ ମଧ୍ୟ ବହୁତ କମି ଯାଇଥିବା ଶୁଣିବାକୁ ମିଳୁଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସାବଧାନତା
ଅପରପକ୍ଷେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିକେନ୍‌, ମଟନ ଓ ଅଣ୍ଡା ଖାଇବା ସମୟରେ ସାବଧାନତା ଅବଲମ୍ବନ କରିବାକୁ କହିଛି। ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଏହି ସବୁ ଖାଦ୍ୟ ପଦାର୍ଥକୁ ଖାଇବା ପୂର୍ବରୁ ଭଲ ଭାବେ ସିଝାଇ ଖାଇବାକୁ ପରାମର୍ଶ ଦେଇଛନ୍ତି। ଯଦିଓ ପଶୁପାଳନ ମନ୍ତ୍ରଣାଳୟର କହିବାନୁସାରେ ଏ ପର୍ଯ୍ୟନ୍ତ ଭାରତରେ କୋରୋନା ଭାଇରସର ସଂକ୍ରମଣ ପଶୁଙ୍କଠାରେ ବ୍ୟାପି ନାହିଁ। ବୈଜ୍ଞାନିକ ଗବେଷଣା ମୁତାବକ ଏବେ ବି ଚୀନ୍‌ରେ ଏହି କୋରୋନା ଭାଇରସ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପିବାରେ ଲାଗିଛି। କିନ୍ତୁ ଚିକେନ୍‌ ଓ ମଟନ ଭଳି ପ୍ରାଣୀଙ୍କଠାରେ ଏହି ଭାଇରସର ସଂକ୍ରମଣ ଦେଖିବାକୁ ମିଳି ନାହିଁ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏବେ ପାଇଁ ଚିକେନ୍‌ ଖାଇବା ପୂରାପୂରି ଭାବେ ସୁରକ୍ଷିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ