ଚିକେନ ତରକାରୀ ରାନ୍ଧିବାକୁ ମନା କରିବାରୁ ସ୍ୱାମୀର ଚାପୁଡାରେ ସ୍ତ୍ରୀ ମୃତ
ଢେଙ୍କାନାଳ,(ତାପସ ଦାସ):ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁନ୍ଦିଆ ଥାନା ସ୍ଥିତ ଷଢ଼ଙ୍ଗୀ ଧନିଆନାଳୀ ମୁଣ୍ଡା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଘରକୁ ଚିକେନ ନଆଣିବାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଜେନା ପିଙ୍ଗୁଆ (୪୦) ନିଜ ସ୍ତ୍ରୀ କୁନି ପିଙ୍ଗୁଆ (୩୦) କୁ ଏକ ଶକ୍ତ ଚାପୁଡ଼ା ମାରିଥିଲା । ଯେଉଁଥିରେ ଘଟଣା ସ୍ଥଳରେ ସ୍ତ୍ରୀ କୁନି ପିଙ୍ଗୁଆଙ୍କର ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିଲା। ଖବର ପାଇ ଗଁନ୍ଦିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅଭିଯୁକ୍ତ ସ୍ଵାମି ଜେନା ପିଙ୍ଗୁଆକୁ ଗିରଫ କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି । ଘଟଣାନେଇ ଅଞ୍ଚଳରେ ଆଲୋଚନା ଚାଲିଛି.