ଚିଙ୍ଗୁଡ଼ିଖୋଲରେ ଧୁମଧାମରେ ହିନ୍ଦୁ ନବ ବର୍ଷ ପାଳିତ

କୋଦଳା,(ବାପୁନି କୁମାର ମାଲୁ): ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ବେଶ୍ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡ଼ିଖୋଲ ଗ୍ରାମ। ପାଖାପାଖି ୪୦ରୁ ଊର୍ଦ୍ଧ୍ବ ଗ୍ରାମର ଯୁବକ ମାନେ ମିଳିତ ଭାବେ ଏହି ଦିବସକୁ ଧୂମଧାମରେ ପାଳନ କରିଛନ୍ତି । ରାଷ୍ଟ୍ରୀୟ ନବର୍ଷ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ବାହାର କରି ଗ୍ରାମ ପରିକ୍ରମା କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୩୦ରେ ଏହି ପବିତ୍ର ଦିନକୁ ବ୍ୟାପକ ଆୟୋଜନ କରାଯାଇଥିଲା ।ଏହାସହ ହିନ୍ଦୁ ଧର୍ମ ଆଧାରରେ ସଂକୀର୍ତ୍ତନ, ଭଜନ ଆଦି ଗାନ କରାଯାଇ ଏହି ପବିତ୍ର ଦିନରେ ଗ୍ରାମବାସୀଙ୍କୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରାଯାଇଛି । ବର୍ତ୍ତମାନ ସମୟରେ ମଣିଷ ଯେଉଁ ନିଜ ପରମ୍ପରାଠୁ ବିମୁଖ ହେଉଛି ତାହାକୁ ମନେ ପକାଇବା ପାଇଁ ଏହି ଆୟୋଜନ କରଯାଉଛି ବୋଲି ଗ୍ରାମର ଯୁବକ ମାନେ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଯୁବପିଢ଼ି ସମେତ ଅନ୍ୟ ମାନେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ