ଚିଙ୍ଗୁଡ଼ି ଫାର୍ମରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ଠାରେ ଥିବା ଚିଙ୍ଗୁଡ଼ି ଫାର୍ମରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଚିଙ୍ଗୁଡ଼ି ବ୍ୟବସାୟୀସାନଆର୍ଜିପଲ୍ଲୀ ଗ୍ରାମର ଜେ. ଦାଶରଥି । ବିଳମ୍ବିତ ରାତ୍ର କେହି ନଥିବାର ସୁଯୋଗ ନେଇ ଚୋରମାନେ ଫାର୍ମରେ ଥିବା ପାଣି ମୋଟର ଗୋଟିଏ,୨୭ଟି ଏରୋଟର ମେସିନ ଚୋରି କରି ନେଇଯାଇଥିବା ବେଳେ ବସିଥିବା ଟ୍ରାନ୍ସଫର୍ମକୁ ଠେଲି ତଳେ ପକାଇଥିବା ନେଇ ଏତେଲାରେ ଦର୍ଶାଇଛନ୍ତି ଦାଶରଥି ।ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କହିଛନ୍ତି ଦାଶରଥି ।ଅଭିଯୋଗ ପରେ ହୁମ୍ମା ଫାଣ୍ଡି ପୋଲିସ ରମ୍ଭା ଥାନାରେ କେଶ ନଂ ୫୩୨/୨୪ ମାମଲା ରୁଜ୍ଜୁ କରି ହୁମ୍ମା ଫାଣ୍ଡି ଅଧିକାରୀ ସୁବ୍ରଜିତ ସାମନ୍ତରାୟ ଘଟଣା ସ୍ଥଳକୁ ଯାଇ ଏହାର ତଦନ୍ତ କରୁଥିବା ଜଣାପଡିଛି ।


