ଚିଟଫଣ୍ଡ ନାମରେ ଠକେଇ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲ୍ଲାର ହଜାର ହଜାର ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଛିି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗରର ପ୍ରଥମ ଲେନରେ ଖୋଲିଥିବା ବିନୋଦିନୀ ପ୍ରାଇଭେଟ ଲିମିଟେଡ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥା ପାତ୍ରପୁର ବ୍ଲକର ଆଦିବାସୀ ଜମାକାରୀଙ୍କ ଠାରୁ ୧୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଉକ୍ତ ସଂସ୍ଥାର ଏଜେଣ୍ଟ ଜମାକାରୀଙ୍କୁ ୨ବର୍ଷରେ ୩ଗୁଣ , ୩ ବର୍ଷରେ ୫ ଗୁଣ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଜମା କରିବାକୁ କହିଥିଲେ । ଏନେଇ ମଙ୍ଗଳବାର ଚିଟଫଣ୍ଡ ଜମାକାରୀମାନେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଦେବା ସହ ବ୍ରହ୍ମପୁର ଏସଡିପିଓଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ