ଚିଟ୍ ଫଣ୍ଡ ଘୋଟାଲାର ଯାଞ୍ଚରେ ଦିଦି ଏତେ ଭୟଭୀତ କାହିଁକି ?

ଜଲପାଇଗୁଡ଼ି: କୋଲକାତା ପୋଲିସ ବନାମ ସିବିଆଇ ବିବାଦ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମମତା ବାନାର୍ଜୀଙ୍କ  ଗଢ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଜଲପାଇଗୁଡିରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତ ସବୁ ବାମଦଳଙ୍କୁ ଟାର୍ଗେଟ୍ କରିଛନ୍ତି। ପିଏମ ମୋଦୀ ମମତାଙ୍କ ଉପରେ ଟାର୍ଗେଟ୍ କରି କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗରେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ଗରିବଙ୍କ ଝାଳବୁହା ଅର୍ଥକୁ ଲୁଟିଥିବା ବ୍ୟକ୍ତିଙ୍କ ସାଥିରେ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମା, ମାଟି, ମାନୁଷ ନାମରେ ଯାହାଙ୍କୁ ଆପଣ କ୍ଷମତାରେ ବସାଇଛନ୍ତି, ଯାହାଙ୍କୁ କମ୍ୟୁନିଷ୍ଟ ଶାସନର ଅନ୍ତ କରିବାର ଦାୟିତ୍ଵ ଦିଆଯାଇଥିଲା, ସେହି ବ୍ୟକ୍ତି ରକ୍ତପାତ ରାଜନୀତିକୁ ନିଜର ସଂସ୍କୃତି କରି ନେଇଛନ୍ତି। ଆଜିର ସ୍ଥିତିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦିଦି ଅଛନ୍ତି, ମାତ୍ର ଦାଦାଗିରି ଆଉ କାହାର ଚାଲିଛି। ଟିମଏସି ସରକାରର ସମସ୍ତ ଯୋଜନା ନାମରେ ମଧ୍ୟସ୍ତ ଓ ଦଲାଲଙ୍କ ଅଧିକାର ରହିଛି।  ଦିଦି ଦିଲ୍ଲୀ ଯିବା ପାଇଁ ଆତୁର, ମାତ୍ର ପଶ୍ଚିମବଙ୍ଗର  ଗରିବ ଓ ମଧ୍ୟମବର୍ଗକୁ ସିଣ୍ଡିକେଟ୍ ମେଣ୍ଟର ଲୁଟର ଶିକାର ହେବାକୁ ଛାଡି ଦେଇଛନ୍ତି। କେବଳ ଏତିକି ନୁହେଁ ପିଏମ ଚିଟଫଣ୍ଡ ଘୋଟାଲାରେ ପ୍ରମାଣ ନଷ୍ଟ କରିବାର ଆରୋପି କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ରକ୍ଷା କରିବା ନେଇ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ହମଲା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ