ଚିଠି ଲେଖି ଭଗବାନଙ୍କ ନିକଟରେ ଗୁହାରି କରୁଛନ୍ତି ଯୁବତୀ

ମଧ୍ୟ ପ୍ରଦେଶର ମନ୍ଦସୋରରେ ଥିବା ଭଗବାନ ପଶୁପତିନାଥ ମହାଦେବଙ୍କ ଦାନ ବାକ୍ସରୁ ମିଳୁଛି ଏମିତି କିଛି ପତ୍ର ଯାହାକୁ ପଢ଼ିଲେ ଆଶ୍ଚର୍ଯ୍ୟ ଲାଗୁଛି । କିଛି ବର୍ଷ ପୂର୍ବେ ଏଠାରେ ଦାନବାକ୍ସ ଖୋଲିବା ବେଳକୁ ସାଦାକାଗଜରେ ଲେଖାଥିବା କିଛି ପତ୍ର ମିଳିଥିଲା । ଏସବୁ ଖୋଲି ପଢ଼ିବା ପରେ ଜଣାପଡ଼ିଥିଲା ଯେ, ଜଣେ ଯୁବତୀ ଭଗବାନଙ୍କୁ ଲେଖିଥିଲେ-ଭଗବାନ ମୋ ବାହାଘର “ପବନ’ ନାମକ ଯୁବକ ସହ କରାଇ ଦିଅନ୍ତୁ । ଅନ୍ୟଜଣେ ନିଜ ଭାଇଙ୍କ ବାହାଘର ପାଇଁ ମହାଦେବଙ୍କୁ ଚିଠି ଲେଖି ଦାନ ବାକ୍ସରେ ପକାଇ ଦେଇଥିଲେ । ସେମିତି ଆଉ ଜଣେ ଯୁବତୀ ଲେଖିଥିଲେ-ହେ ଭଗବାନ, ମୋ ବାପା ମୋ କଥାରେ ରାଜି ହୋଇଯାଆନ୍ତୁ ଆଉ ମୋ ବାହାଘର ଶୀଘ୍ର ହୋଇଯାଉ । ଠାକୁରଙ୍କୁ ମିଳିଥିବା ଦାନ ସହ ଏସବୁ ଚିଠି ଆସିଥିଲା ଚର୍ଚ୍ଚାକୁ । ଏବେ କିନ୍ତୁ ବେଳେବେଳେ କେତେ ଜଣ ଭକ୍ତ ନିଜ ମନୋସ୍କାମନା ପୂରଣ ପାଇଁ ମହାଦେବଙ୍କ ଦାନ ବାକ୍ସରେ ଏଭଳି ପତ୍ର ଲେଖି ପକାଉଥିବା କୁହନ୍ତି ମନ୍ଦିର ପରିଚାଳକ । ସୂଚନା ଯୋଗ୍ୟ, ଏହି ମନ୍ଦିରକୁ ଦେଶ ତଥା ଦେଶ ବାହାରୁ ଅନେକ ପରିମାଣର ଦାନ ଆସିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ