ଚିତାକର୍ଷକ ମୋଗଲ ତାମସା ନ୍ଧ୍ୟା।

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ମାଳଦା ଜଗନ୍ନାଥ ବଜାର ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ଓ ଭଣ୍ଡାରିପୋଖରୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅନୁଷ୍ଠିତ ମୋଗଲ ତାମସା ପରିବେଷଣ ଅତି ଚିତାକର୍ଷକ ହୋଇଥିବା ବେଳେ ଏଥିରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ। ଏହାଛଡା ଶୁକଦେବ ଜେନା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆତ୍ମ ଵିଭୋର କରିଥିଲା। ଉତ୍ସବ ଉପଲକ୍ଷେ ସାହିତ୍ୟିକ ପ୍ରିତକାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଡିଓ ଦେବଦତ୍ତ ଦାଶ,ମୁଖ୍ୟ ବକ୍ତା ଡାକ୍ତର କାର୍ତ୍ତିକ ଚନ୍ଦ୍ର ରାଉତ ,ଵିଶିଷ୍ଟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି,ନିମନ୍ତ୍ରିତ ଅତିଥି ଥାନା ଅଧିକାରୀ ଅଜୟ ସୁଦର୍ଶନ ଵାଗେ,ନାଟ୍ୟକାର ଅରୁଣ କୁମାର ବାରିକ,ସମାଜ ସେଵୀ ନୀଳାମ୍ବର ରାଉତ,ପ୍ରତ୍ୟୁସ ସାମଲ, ମୋହନ ରାୟ, ଶିକ୍ଷକ ସଂଜତ ସାମଲ,ନୃସିହଂ ସାମଲ ପ୍ରମୁଖ ଯୋଗଦେଇ ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଵା ଵେଳେ ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଯୁବ ସଂଗଠକ ଦେବେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ମଞ୍ଚ ଆହ୍ବାନ ଓ ବଜାର କମିଟି ସମ୍ପାଦକ ତଥା ସାମ୍ବାଦିକ ରାଜେନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅତିଥି ମାନେ ସରପଞ୍ଚ ଅନିତାରାଣୀ ରାଉତ ଓ ଅମୂଲ୍ୟ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତୃତୀୟ ସନ୍ଧ୍ୟା ଉତ୍ସବକୁ ବଜାର କମିଟି ସଭାପତି କମଳାକାନ୍ତ ସାମଲ, କାହ୍ନୁ ଵାରିକ, ମୁନିଵର ଧଳ, ନିଶିକାନ୍ତ ସୂତାର, ଚନ୍ଦ୍ରଶେଖର ଦତ୍ତ,ଧିରେନ୍ଦ୍ର ନାୟକ,ଗଣେଶ ସାମଲ,ଗୋପାଳ କୁଅଁର ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ