ଚିତ୍ରକଳା ସମ୍ପର୍କିତ ଆଲୋଚନା ଚକ୍ର

ଭୁବନେଶ୍ୱର, , (ଯୁଗାବ୍ଦ ନ୍ୟୁଜ) :  ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଦଳିତକଳା ଏକାଡ଼େମୀ ଦ୍ୱାରା ଆୟୋଜିତ ହୋଇଯାଇଛି ଚିତ୍ରକଳା ସମ୍ପର୍କିତ ଏକ ଆଲୋଚନାଚକ୍ର ‘ବର୍ଣ୍ଣ କ୍ରିଡ଼ା’ । ଓଡ଼ିଶାର ଖ୍ୟାତନାମା ଚିିତ୍ରଶିଳ୍ପୀ ଗୌରାଙ୍ଗ ବାରିକି ଭାରତର ବର୍ଷିୟାନ ଚିିତ୍ରଶିଳ୍ପୀଙ୍କ ଚିତ୍ରକଳା ଶୈଳୀଠୁ ଆରମ୍ଭ କରି ନିଜର ସମଗ୍ର ଚିତ୍ରକଳାର ବୃତ୍ତଚିତ୍ର ସହ ଛାତ୍ରଛାତ୍ରୀ ତଥା ଚିତ୍ରଶିଳ୍ପୀମାନଙ୍କ ସମ୍ମୁଖରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କଳା ଆଲୋଚନାଚକ୍ରରେ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ବିଷୟରେ କହିଥିଲେ । ଏହି ଅବସରରେ ନୂଆଦିଲ୍ଲୀର ବିଶିଷ୍ଟ ଚିତ୍ରଶିଳ୍ପୀ ରବୀନ୍ଦ୍ର ବର୍ମା, ଶ୍ରୀରାମ ଗୋହିରୀ ଓ ଲଳିତକଳା ଏକାଡ଼େମୀର ମୁଦ୍ରଣ ବିଭାଗର ପ୍ରମୋଦ ବରୁଆ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସାହପ୍ରଦ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଧୁସ୍ମିତା ବର୍ମା, ମିନୁ ବର୍ମା, ନେହା ବର୍ମା, ଅଧ୍ୟାପକ ଚନ୍ଦନ କୁମାର ସାମଲ, ମାସନ ରଞ୍ଜନ ନାୟକ, ବିଶ୍ୱକାନ୍ତ ପଣ୍ଡା, ଲକ୍ଷ୍ମୀଧର ସ୍ୱାଇଁ, କେଦାର ନାୟକ ଓ ଅଧ୍ୟାପିକା ମଧୁସ୍ମିତା ଦାସ ଏବଂ ସସ୍ମିତା କାମିଳା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ