ଚିତ୍ରକାର ସ୍ବର୍ଗତ ବ୍ରହ୍ମାନନ୍ଦ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବ୍ଲକର ବିଶିଷ୍ଟ ଚିତ୍ରକାର ସ୍ୱର୍ଗତ ବ୍ରହ୍ମାନନ୍ଦ ନାୟକଙ୍କ ଦ୍ୱାଦଶାହ ଉପଲକ୍ଷେ ଫେବୃୟାରୀ ୮ ତାରିଖ ଦିନ ଜେମାଦେଇପୁର କାଳୀ ମନ୍ଦିର ପରିସରରେ ଏକ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା ରଙ୍ଗ ତୁଳି ସଙ୍ଘ ସଭାପତି ଦିଗାମ୍ବର ଜେନା, ଉପସଭାପତି ରବୀନ୍ଦ୍ର କୁମାର ମାଝି ଓ ସମ୍ପାଦକ ସୁଧୀର କୁମାର ମହାରଣାଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର କର୍ମକର୍ତ୍ତା ଯୋଗଦେଇଥିଲେ। ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ପୋଲସରା ଜଣେ ବିଶିଷ୍ଟ ଚିତ୍ରକାରକୁ ହରାଇଲା କହିବା ସହ ଗଭୀର ଶୋକ ପ୍ରକାଶ କରିଥିଲେ। ସଙ୍ଘର କର୍ମକର୍ତ୍ତା ବୃନ୍ଦ ସ୍ବର୍ଗତ ବ୍ରହ୍ମାନନ୍ଦ ନାୟକଙ୍କ ଆତ୍ମାର ସଦଗତି କାମନା ସହ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ନାୟକଙ୍କ ପରିବାରଙ୍କୁ ସଙ୍ଘ ପକ୍ଷରୁ ପାଞ୍ଚ ହଜାର ଟଙ୍କା ଓ ବିଧାୟକ ଶ୍ରୀ ସାହୁଙ୍କ ପକ୍ଷରୁ ପନ୍ଦର ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବିଶିଷ୍ଟ ଚିତ୍ରକାର ଭଗବାନ ସାହୁ ଓ ସ୍ଥିତଧି ରଥ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ