ଚିତ୍ରକୋଣ୍ଡା ଅଞ୍ଚଳରେ ଲଗାଣ ବର୍ଷା

ଚିତ୍ରକୋଣ୍ଡା, (ଯୁଗାବ୍ଦ ନ୍ୟୁଜ):ଚିତ୍ରକୋଣ୍ଡା ଅଞ୍ଚଳରେ ଲଗାଣ ବର୍ଷା । ବର୍ଷା ଯୋଗୁଁ ଡ୍ରେନ ପାଣି ଏବେ ରାସ୍ତା ଉପରେ । ଚିତ୍ରକୋଣ୍ଡା ଅଞ୍ଚଳରେ ଡ୍ରେନେଜ ସୁବିଧା ଅତି ଶୋଚନୀୟ ଯାହା ଫଳରେ ଟିକିଏ ବର୍ଷା ହେଲେ ଡ୍ରେନ ଗୁଡିକରେ ପାଣି ଭର୍ତି ହୋଇ ଯାଉଛି । ଡ୍ରେନରେ ଥିବା ଅଳିଆ ଆବର୍ଜନା ସହ ପାଣି ମିଶି ରାସ୍ତା ଉପରେ ପାଣିର ଲହରୀ ଭାଙ୍ଗୁଛି । ଲୋକ ମାନଙ୍କ ଯାତାୟତ ପାଇଁ ମଧ୍ୟ ସମସ୍ୟା ଉପୁଜୁଛି । ତେବେ ଡ୍ରେନ ଗୁଡିକର ମରାମତି କବେ ହବ ଓ ପ୍ରଶାସନର ନଜର କେବେ ପଡିବ ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ