ଚିତ୍ରକୋଣ୍ଡା ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ
ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଗତକାଲି ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଷ୍ଟେଟ ବ୍ୟାଙ୍କରେ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି ଚୋର । ଚିତ୍ରକୋଣ୍ଡାରେ ଥିବା ଷ୍ଟେଟ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋର ମାନେ ବ୍ୟାଙ୍କକୁ ପ୍ରବେଶ ରାସ୍ତାର ମୁଖ୍ୟ କବାଟର ତାଲା ଭାଙ୍ଗି ଭିତରେ ଚୋରି କରିବା ଉଦ୍ୟମରେ ପଶିଥିଲେ । କିନ୍ତୁ ବ୍ୟାଙ୍କ ଭିତରେ ସେମିତି କିଛି ନମିଳିବାରୁ ଚାଲି ଯାଇଥିଲେ । ବର୍ତ୍ତମାନ ଚିତ୍ରକୋଣ୍ଡା ପୋଲିସ ସିସି ଟିଭି ଫୁଟେଜକୁ ଆଧାର କରି ତନାଘନା ଆରମ୍ଭ କରିଛି । ଚିତ୍ରକୋଣ୍ଡା ଅଞ୍ଚଳରେ ଚୋର ମାନଙ୍କର ପ୍ରାଦୁର୍ଭାବ ବଡ଼ି ଚାଲିଛି ଯାହା ଫଳରେ ଏଭଳି ଚୋରି ହଉ ଥିବାର କଥା ସାମ୍ନାକୁ ଆସିଛି ।


