ଚିତ୍ରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ଚିତ୍ରଶାଳା ଆଙ୍କିଲା ବୀରତ୍ୱର ଚିତ୍ର, ପ୍ରଦର୍ଶିତ ହେଲା ସହିଦଙ୍କ ସ୍ମୃତି

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣକୁ ସାରା ଦେଶ ନିନ୍ଦା କରିଛି । ଭାରତୀୟ ସୈନିକଙ୍କ ଆତ୍ମବଳିଦାନକୁ ନେଇ ଦେଶ ଶୋକରେ ଡୁବି ରହିଥିବା ବେଳେ ଦେଶବାସୀ ବୀର ସହିଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଚିତ୍ରଶାଳାର କୁନି ଶିଳ୍ପୀ ରଙ୍ଗ ଓ ତୂଳୀରେ ପୁଲ୍ୱାମାର ମାଟିକୁ ଆହୁରି ଗାଢ କରିବା ସହ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ଆଶାପୋଷଣ କରିଛନ୍ତି ।
ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ଠାରେ ଥିବା ଚିତ୍ରଶାଳାରେ ଗତ ରବିବାର ଥିଲା ଏକ ବିଶେଷ ଅବସର । ଶିକ୍ଷାର୍ଥୀ ଶିଳ୍ପୀମାନେ ଇଣ୍ଡିଆନ୍ ଆର୍ମି ଦ ରିୟଲ ହିରୋ, ବ୍ରେଭ୍ ସନ୍ସ ଅଫ ଇଣ୍ଡିଆ, ଉଇ ଆର ଇଣ୍ଡିଆନ, ଜୟ ଯବାନ, ସାଲ୍ୟୁଟ୍ ଆୱାର ହିରୋ ଓ ଏ ଦିଲ୍ ମାଙ୍ଗେ ମୋର୍ ଶୀର୍ଷକରେ ସୈନିକଙ୍କ ବୀରତା, ତ୍ୟାଗ ଓ ବଳିଦାନର ସ୍ମୃତି·ରଣ କରିଥିଲେ । କୁନି ଶିଳ୍ପୀମାନଙ୍କ ଦ୍ୱାରା ଯବାନଙ୍କୁ ନେଇ ଅଙ୍କିତ ଏହି ଚିତ୍ର ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ଦେଶବାସୀ ସହିଦଙ୍କ ଭିନ୍ନ ଭିନ୍ନ ଉପାୟରେ ସ୍ମୃତି·ରଣ ଓ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ଚିତ୍ରଶାଳାରେ ଚିତ୍ର ଜରିଆରେ ଶ୍ରଦ୍ଧାଞ୍ଜଳି ପିଲାଙ୍କ ମନରେ ଦେଶାତ୍ମବୋଧକ ଭାବନା ଜାଗରିତ କରାଇଛି ବୋଲି ସୂ·ଇଥିଲେ ସାମାଜିକ କର୍ମୀ ସୁଶାନ୍ତ ସାହୁ । ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ ଏହି କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ