ଚିତ୍ରଶାଳାରେ ପ୍ରେମ ପାଇଁ ଦିନଟିଏ, କୁନି ଶିଳ୍ପୀଙ୍କ ତୂଳୀରେ ଉଦ୍ଭାସିତ ହେଲା ପ୍ରେମ, ସ୍ନେହ ଓ ଶ୍ରଦ୍ଧା

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ପ୍ରେମ ଏକ ଈଶ୍ୱରୀୟ ଅନାବିଳ ପରିଭାଷା । ପ୍ରେମ ଓ ଭଲ ପାଇବା ଦୁନିଆର ସବୁଠାରୁ ସୁନ୍ଦର ଅନୁଭୂତି । ପ୍ରେମ ହେଉଛି ସତ୍ୟ, ସୁନ୍ଦର ଓ ଚିରନ୍ତନ । ପ୍ରେମ ସୃଷ୍ଟି କରିଥାଏ ସମ୍ପର୍କର ସେତୁ । ପ୍ରେମ କେବେ ବି ଧନୀ-ଗରିବ, ବୟସର ସାନ-ବଡ଼, ଉଚ୍ଚ-ନୀଚ ଜାତି ଦେଖି ହୋଇନଥାଏ । ଏହା କେବଳ ଅନୁଭୂତି କରି ହୋଇଥାଏ । ବହୁ ଦିନରୁ ହୃଦୟରେ ସାଇତି ରଖିଥିବା କଥା ପରିପ୍ରକାଶ କରିଥାଉ ସେହିଦିନ, ଯାହା ଆମେ କହୁଛୁ ଭାଲେଣ୍ଟାଇନ୍ ଡେ । ଏହା ଖୁସିର ଦିନ । କାରଣ ନିଜର ହୃଦୟ ବା ମନର କଥା ମନର ମଣିଷକୁ କହିବା ପାଇଁ ଦିନଟିଏ । ଜୀବନରେ ଏହି ଦିନ ସବୁଠାରୁ ସୁନ୍ଦର ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିବା କଥା । ପ୍ରତ୍ୟେକ ବର୍ଷ ୧୪ ଫେବୃୟାରୀକୁ ଭାଲେଣ୍ଟାଇନ୍ ଡ଼େ ଭାବେ ସାରା ବିଶ୍ୱରେ ପାଳନ କରାଯାଉଥିବା ନଜିର ରହିଛି । ଇତିହାସ କୁହେ ଭାଲେଣ୍ଟାଇନ୍ ଦିବସକୁ ସନ୍ଥ ଭାଲେଣ୍ଟାଇନ୍ ଦିବସ ବୋଲି କୁହାଯାଏ । ୨୬୯ ଖ୍ରୀଷ୍ଟାବ୍ଦରେ ସନ୍ଥ ଭାଲେଣ୍ଟାଇନ୍ ହେଉଛନ୍ତି ରୋମ୍ର ଜଣେ ଖ୍ରଷ୍ଟ ପୂଜକ ଯାହାଙ୍କୁ କାରାରୁଦ୍ଧ କରି ରଖାଯାଇଥିଲା ଓ ନିର୍ଯାତନା ଦିଆଯାଇଥିଲା । ରୋମ୍ ସାମ୍ରାଜ୍ୟରେ କ୍ଲାଉଡ଼ିୟସ ବିବାହକୁ ବିରୋଧ କରୁଥିଲେ । ଯେଉଁ ସୈନିକ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ସେମାନେ ଆଉ ଯୁଦ୍ଧ କରିବାକୁ ଯାଉନଥିଲେ । ପାରିବାରିକ ସ୍ନେହ, ପ୍ରେମ ଓ ଭଲ ପାଇବା ଭିତରେ ଆବଦ୍ଧ ହୋଇ ରହିଯାଉଥିଲେ । ସେଥିପାଇଁ କ୍ଲାଉଡ଼ିୟସ ତାଙ୍କ ସୈନିକମାନଙ୍କୁ ବିବାହ କରିବାକୁ ଦେଉନଥିଲେ । କିନ୍ତୁ ଚର୍ଚ୍ଚର ସନ୍ଥ ଭାଲେଣ୍ଟାଇନ୍ ଲୁ·ଣିଆ ଭାବେ ସୈନିକଙ୍କ ବିବାହ କରୁଥିଲେ । ଭାଲେଣ୍ଟାଇନ୍ ଜଣେ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ପୂଜାରୀ ଥିଲେ । ଭାଲେଣ୍ଟାଇନ୍ଙ୍କ ବାର୍ତ୍ତା ଥିଲା ସ୍ନେହ, ଭକ୍ତି, ପ୍ରେମ ସାରା ବିଶ୍ୱରେ ବାଣ୍ଟିବା । ଏହି ଭାଲେଣ୍ଟାଇନ୍ ଡ଼େ ଧୀରେ ଧୀରେ ପଲ୍ଲୀରୁ ସହର ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳନ ହେଉଛି । ଏହି ଡେ’କୁ ନେଇ ଯୁବପିଢୀ ବେଶ୍ ଉତ୍ସାହିତ । ଏହି ପରିପ୍ରେକ୍ଷୀରେ ଭାଲେଣ୍ଟାଇନ୍ ଡ଼େ ପାଳନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ପୋଖରୀପୁଟର ଇନ୍ଦ୍ରପ୍ରସ୍ଥ ଫେଜ୍-୨ରେ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିିତ୍ରଶାଳା’ ପକ୍ଷରୁ କୁନି ଶିଳ୍ପୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା ପ୍ରେମ ପାଇଁ ଦିନଟିଏ କର୍ମଶାଳା । କୁନି ଶିଳ୍ପୀମାନେ ନିଖୁଣ ରୂପେ, ପ୍ରେମ, ସ୍ନେହ ଓ ଶ୍ରଦ୍ଧାକୁ ଭିନ୍ନ ଭିନ୍ନ ମାଧ୍ୟମରେ ନିଖୁଣ ରୂପେ ଚିତ୍ରଣ କରିଥିଲେ । ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ କୁହନ୍ତି ପ୍ରେମ, ସ୍ନେହ, ଶ୍ରଦ୍ଧା ଦ୍ୱାରା ସମାଜ ଏକ ବନ୍ଧନରେ ବାନ୍ଧି ହେବ ଓ ଏକ ସୁନ୍ଦର ସୁସ୍ଥ ସମାଜ ଗଢି ତୋଳିହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ