ଚିତ୍ରସେନ ପ୍ରଧାନ ବୁଗୁଡା ଏନଏସି ଅଧ୍ୟକ୍ଷ ନିର୍ବାଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ ବିଜୁଜନତା ଦଳର ଚିତ୍ରସେନ ପ୍ରଧାନ ୪୦୯୩ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି। ମୋଟ ୧୩ ଟି ୱାର୍ଡରୁ ୧୧ ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ୨ ଟି ୱାର୍ଡରେ ବିଜେପି ବିଜୟୀ ହୋଇଛି।ବୁଗୁଡା ଏନଏସି ର ନିର୍ବାଚନରେ ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ପ୍ରତାପ ଚନ୍ଦ୍ର ନାୟକଙ୍କ ଠାରୁ ୪୦୯୩ ଖଣ୍ଡ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି। ଏନଏସି ର ୧୩ ଟି ୱାର୍ଡ ମଧ୍ୟରୁ ୧ ନଂ ୱାର୍ଡରେ ଟିକିନା ସେଠୀ ( ବିଜେଡି ), ୨ ନଂ ୱାର୍ଡରେ ବିନୋଦିନି ନାଇକ ( ବିଜେଡି ), ୩ ନଂ ୱାର୍ଡରେ ପୂଜାରାଣୀ ପାଣିଗ୍ରାହୀ (ବିଜେଡି ), ୪ ନଂ ୱାର୍ଡରେ ସସ୍ମିତା କୁମାରୀ ଜେନା ( ବିଜେଡି ), ୫ନଂ ୱାର୍ଡରେ ଭାଗ୍ୟଲତା ମହାନ୍ତି ( ବିଜେପି ), ୬ନଂ ୱାର୍ଡରେ ସ୍ୱପ୍ନା କୁମାରୀ ଦାଶ (ବିଜେପି ),
୭ ନଂ  ୱାର୍ଡରେ ଆଶୁତୋଷ ବଢ଼େଇ ( ବିଜେଡି ), ୮ ନଂ ୱାର୍ଡ ରେ ସୁମିତ୍ରା ପାତ୍ର ( ବିଜେଡି ), ୯ ନ ୱାର୍ଡରେ ଉର୍ମିଳା ସାହୁ ( ବିଜେଡି ), ୧୦ନଂ ୱାର୍ଡରେ ଗୀତାଞ୍ଜଳୀ ପାଢ଼ୀ ( ବିଜେଡି ), ୧୧ନଂ ୱାର୍ଡରେ ରିଭା ସ୍ବାଇଁ ( ବିଜେଡି ), ୧୨ନଂ ୱାର୍ଡରେ ପିଙ୍କି ନାହାକ ( ବିଜେଡି ) ଓ ୧୩ ନଂ ୱାର୍ଡରେ ବବୃ ପ୍ରଧାନ ( ବିଜେଡି ) ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ଘୋଷଣା କରିଛନ୍ତି। ବିଜୟୀ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଓ ବିଜେଡି ର ୧୧ ଜଣ ବିଜୟୀ କାଉନସିଲର ବୃନ୍ଦ ବିଜୟର ଶ୍ରେୟ ବୁଗୁଡା ସହରବାସୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ