ଚିତ୍ରେଶ୍ୱରୀ ହାଇସ୍କୁଲ ୧୯୯୮ ମସିହା ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ନିକଟସ୍ଥ ଅବଦାନ ପଞ୍ଚାୟତ ଅନ୍ତର୍ଗତ ଚିତ୍ରେଶ୍ୱରୀ ହାଇସ୍କୁଲର ୧୯୯୮ ମସିହା ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ ଉତ୍ସବ ରବିବାର ବିରିଯାଇ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ଦୀର୍ଘ ୨୪ ବର୍ଷ ପରେ ସାମାଜିକ ଓ ସାଂସାରିକ ବନ୍ଧନରେ ବାନ୍ଧି ହୋଇ ଅଲଗା ହୋଇଯାଇ ଥିବା ବନ୍ଧୁ ମାନଙ୍କ ମଧ୍ୟରେ ଏକତା, ସ୍ନେହ, ଭଲପାଇବା ଓ ସୁଖ ଦୁଃଖରେ ସାଥୀ ହେବା ପାଇଁ ଏକଜୁଟ ହେବା ଏହି ବନ୍ଧୁ ମିଳନ ଉତ୍ସବର ମୁଖ୍ୟ ଉଦେଶ୍ୟ । ଏହି ବ୍ୟାଚର ପ୍ରାୟ ୫୦ ଜଣ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇ ନିଜ ନିଜର ସୁଖ ଦୁଃଖ ଭଲମନ୍ଦ ବୁଝାବୁଝି ହେବା ସହ ଖୁସି ଗପ ଓ ଖାଇବା ପିଇବା କରି ଆନନ୍ଦ ଉଲ୍ଲାସରେ ଦିନଟି ଅତିବାହିତ କରିଥିଲେ । ଆଗାମୀ ବର୍ଷ ମାନଙ୍କରେ ଏହିପରି ବନ୍ଧୁ ମିଳନ ଉତ୍ସବର ଆୟୋଜନ କରାଯିବା ନେଇ ସମସ୍ତେ ପ୍ରତିଶ୍ରୁତି ଦେବା ସହ ପରସ୍ପର ମଧ୍ୟରେ ନିବିଡ ସମ୍ପର୍କ ଓ ସ୍ନେହଭାବ ବାନ୍ଧି ରଖିବା ନେଇ ସମସ୍ତ ବନ୍ଧୁ ମାନେ ଇଛା ପ୍ରକାଶ କରିଛନ୍ତି । ଏହି ଉତ୍ସବକୁ ବିଶ୍ୱଜିତ ନାୟକ, ବିଦ୍ୟାଧର ବେହେରା, ଶିଶିର କର, ଶକୁନ୍ତଳା ବିଶ୍ଵାଳ, ବିଜୟ ବେହେରା, କାର୍ତ୍ତିକ ବେହୁରା, ବସନ୍ତ ବାରିକ, ଜ୍ୟୋତି ପ୍ରସାଦ କର ଓ ସୁମନ୍ତ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ