ଚିଦମ୍ବରମଙ୍କୁ ଇଡି ଗିରଫ କରିବାକୁ ଅନୁମତି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ତିହାର ଜେଲରେ ଜେରା କରିବାକୁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ଜେରା କରିବା ପରେ ଇଡି ଚିଦମ୍ବରଙ୍କୁ ଗିରଫ କରିବ । ମାତ୍ର, ପୂର୍ବତନ ଅର୍ଥମନ୍ତ୍ରୀ ଚିଦମ୍ବରମଙ୍କ ମର୍ଯ୍ୟାଦାକୁ ଧ୍ୟାନରେ ରଖି ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କୋର୍ଟ କହିଛନ୍ତି । ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମ୍‌ଙ୍କୁ ଗିରଫ କରିଥିଲା । ଆଇଏନ୍‌ଏକ୍ସ ମାମଲାରେ ଚିଦମ୍ବରମ୍‌ଙ୍କୁ ଜେରା କରିବାକୁ ଇଡି ସିବିଆଇ କୋର୍ଟର ଅନୁମତି ମାଗିଥିଲା । ସ୍ୱତନ୍ତ୍ର ଜଜ୍ ଅଜୟ କୁମାର କୁହାର ଉଭୟ ପକ୍ଷର ଶୁଣାଣି କରି ଚିଦମ୍ବରମ୍‌ଙ୍କୁ ଜେରା କରିବାକୁ ଇଡିକୁ ଅନୁମତି ଦେଇଛନ୍ତି । ଜେରା କରିବା ପରେ ଆବଶ୍ୟକ ଅନୁଯାୟୀ ଇଡି ଚିଦମ୍ବରମ୍‌ଙ୍କୁ ଗିରଫ କରିପାରେ ବୋଲି ସ୍ୱତନ୍ତ୍ର ଜଜ୍ ନିର୍ଦ୍ଦେଶ ଦେଇଛନ୍ତି । ଚିଦମ୍ବରମ୍‌ଙ୍କୁ ୨୦ ମିନିଟ୍ ଇଡି ଜେରା କରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି । ସୂଚନାଯୋଗ୍ୟ, ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆଇଏନ୍‌ଏକ୍ସ ମିଡିଆକୁ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫ୍‌ଆଇପିବି) ମଂଜୁରି ନେଇ ହୋଇଥିବା ଅନିୟମିତତାରେ ସିବିଆଇ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ