ଚିଦାମ୍ବରମ୍ଙ୍କୁ ଶହେ ଘଣ୍ଟାରେ ସିବିଆଇ ପଚାରିଲା ୪ଶହ ୫୦ ପ୍ରଶ୍ନ
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ପାଇଁ ଚାର୍ଜଶିଟ୍ ପ୍ରସ୍ତୁତ କରୁଛି ସିବିଆଇ । ଏନେଇ ଶହେ ଘଣ୍ଟାରେ ଚିଦାମ୍ବରମ୍ଙ୍କୁ ୪ ଶହ ୫୦ ପ୍ରଶ୍ନ ପଚରା ଯାଇଛି । ଚଳିତ ମାସ ତୃତୀୟ ସପ୍ତାହରେ ଚାର୍ଜଶିଟ୍ ଦାଖଲ କରାଯିବାର ଯୋଜନା ରହିଛି । ଚାର୍ଜଶିଟ୍ ଦାଖଲ କରାଗଲେ ଚିଦାମ୍ବରମ୍ଙ୍କୁ ଜାମିନ୍ ମିଳିବା କଷ୍ଟକର ହେବ ବୋଲି କୁହାଯାଉଛି । ଏବେ ସେ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି । ସେଠାରେ ଚିଦାମ୍ବରମ୍ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ରହିବେ ।