ଚିନିଶିଳ୍ପର ଡ଼ାଇରେକ୍ଟର ଭାବେ ରତ୍ନାକର ସାହୁ ଅପ୍ରତିଦ୍ବନ୍ଦୀ

ପୋଲସରା, (ଅନିଲ କୁମାର ମହାରଣା):ଆସିକା ସମବାୟ ଚିନିଶିଳ୍ପର ୧୦ ନମ୍ବର ଜୋନ ର ଡ଼ାଇରେକ୍ଟର ନିର୍ବାଚନରେ ପୋଲସରା ବ୍ଲକର ରତ୍ନାକର ସାହୁ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ଆସିକ ସମବାୟ ଚିନିଶିଳ୍ପ ପାଇଁ ଡ଼ାଇରେକ୍ଟର ପଦବୀ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ୧୦ ନମ୍ବର ଜୋନରେ କେବଳ ଜଣେ ପ୍ରାର୍ଥୀ ପୋଲସରା ବ୍ଲକର ରତ୍ନାକର ସାହୁ ଥିବାବେଳେ ସେ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। ରତ୍ନାକର ସାହୁ ଚିନିଶିଳ୍ପ ଡ଼ାଇରେକ୍ଟର ଭାବେ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଯୋଗୁଁ ପୋଲସରା ଏନଏସିର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଗୋପାଳ କୃଷ୍ଣ ସାହୁ, ରବି ନାରାୟଣ ପଟ୍ଟନାୟକ, ରଞ୍ଜନ କୁମାର ପାଣିଗ୍ରାହୀ, ମନୋଜ କୁମାର ପ୍ରଧାନ, ଅଭିଷେକ ଡାକୁଆ, ଓ ସତ୍ୟ ନାରାୟଣ ବେହେରା ପ୍ରମୁଖ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଡ଼ାଇରେକ୍ଟର ଭାବେ ନିର୍ବାଚିତ ହୋଇଥିବା ରତ୍ନାକର ସାହୁ ନିଜ ବିଜୟର ଶ୍ରେୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପ୍ରଦାନ କରିଛନ୍ତି। ମାନ୍ୟବର ଶ୍ରମ ମନ୍ତ୍ରୀଙ୍କ ଆଶୀର୍ବାଦରୁ ସେ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଯୋଗୁଁ ରତ୍ନାକର ସାହୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ