“ଚିନ୍ତାଚେତନା” ଓ “ସ୍ମୃତି ଶାମୁକା” ପୁସ୍ତକର ପାଠକାର୍ପଣ ଉତ୍ସବ

ବାଲେଶ୍ୱର: ସୁବର୍ଣ୍ଣ ଶ୍ରୀ ପ୍ରକାଶିନୀ ଓ ଜୟନ୍ତୀ ପ୍ରକାଶିନୀ ଦ୍ୱାରା ପ୍ରକାଶିତ “ଚିନ୍ତାଚେତନା” ଓ “ସ୍ମୃତି ଶାମୁକା” ଦୁଇଖଣ୍ଡ ପୁସ୍ତକ ସ୍ଥାନୀୟ ଆତିଥ୍ୟ ସଭାଗୃହରେ ଏକ ମନୋଜ୍ଞ ପରିବେଶରେ ଉନ୍ମୋଚିତ ହୋଇଯାଇଛି । ଏହି ପାଠକାର୍ପଣ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡ. ରମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାଠକାର୍ପଣ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଧ୍ୱନି ପ୍ରତିଧ୍ୱନିର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡା ଯୋଗ ଦେଇ ସାମ୍ପ୍ରତିକ ସମାଜରେ ପୁସ୍ତକର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ପୁସ୍ତକ ମାଧ୍ୟମରେ ସମାଜକୁ ଦିଗ୍ଦର୍ଶନ ଦେବା ସହ ସମାଜ ପରିବର୍ତ୍ତନର ମୁଖ୍ୟ ଆଧାର ହେବା ଉଚିତ । ଉନ୍ନତ ସାମାଜିକ ଚେତନା ଓ ଲେଖନୀ ଶୈଳୀର ଆଧାରକୁ ନେଇ ପାଠକ ସଂଖ୍ୟା ବୃଦ୍ଧି ପାଇଥାଏ ବୋଲି ଶ୍ରୀ ପରିଡା ପ୍ରକାଶ କରିଥିଲେ । ପୁସ୍ତକ ଦୁଇଟିର ଲେଖକ କବି କାଳିପଦ ପଣ୍ଡା ପୁସ୍ତକ ଲେଖନୀର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ଗବେଷକ ଡ. ରାଧାରମଣ ପଟ୍ଟନାୟକ ଓ ଡ. ଅରବିନ୍ଦ ଗିରି ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ । ମାତୃଜାତି ଓ ମା ଙ୍କୁ ସମ୍ମାନ ଦେବାର ନିଆରା ପରମ୍ପରାକୁ ନେଇ କବି କାଳିପଦ ପଣ୍ଡା ନିଜର ପୂଜ୍ୟା ମାତା ଜୟନ୍ତୀ ପଣ୍ଡାଙ୍କୁ ଏହି ଉତ୍ସବରେ ମଞ୍ଚାସୀନ କରାଇ ତାଙ୍କ କରକମଳରେ ପୁସ୍ତକ ଦୁଇଟିକୁ ଉନ୍ମୋଚନ କରାଇଥିଲେ । ଡ. କୁମାର ଗୋପାଳ ପ୍ରାକ୍ ସୂଚନା ଦେଇଥିଲେ । ଏହି ଉତ୍ସବରେ ପ୍ରଫେସର ଡ. ପ୍ରହ୍ଲାଦ ଚରଣ ମହାନ୍ତି, ମଧୁସୂଦନ ମାଝୀ, ନିର୍ମଳା ମହାନ୍ତି, ମହେନ୍ଦ୍ର ପ୍ରସାଦ ଧଳ, ନୃସିଂହ ଚରଣ ନାୟକ, ଡ. କୁଞ୍ଜ ବିହାରୀ ଧଳ, ସଞ୍ଜୟ ପଣ୍ଡା, କମଳାକାନ୍ତ ଦାସ, ସୁରେନ୍ଦ୍ର ନାଥ କର, ନିବାରଣ ଜେନା, ଗୋପବନ୍ଧୁ ପୃଷ୍ଟିଙ୍କ ସମେତ ବହୁ ସାହିତ୍ୟିକ, ଗବେଷକ, ଲେଖକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ