ଚିନ୍ତାରେ ଚାଷୀ ପାଚିଲା ଧାନକୁ ଦାଉ ସାଧୁଛି ଜଉଆ ପୋକ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଏବେ ଖରିଫ ଧାନର ଅମଳ ସମୟ ହୋଇଥିଲେ ସୁଦ୍ଧା କ୍ଷେତରେ ବିଭିନ୍ନ ପ୍ରକାର ପୋକ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢାଇଦେଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ଅଧୀନରେ ଚଳିତ ବର୍ଷ ପ୍ରାୟ୧୬ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୩ହଜାର ହେକ୍ଟର ଜମି ଏବେ ପୋକ ଦ୍ୱାରା ଆକ୍ରାନ୍ତ। ବ୍ଲକର ରହଣିଆ, ମାଳଦା, ନପଙ୍ଗ, ପାଟୁଳି, କୁରିଗାଁ, ରାଜେନ୍ଦ୍ରପୁର, ଦକ୍ଷିଣବାଡ଼, ତେସିଙ୍ଗା, ନିର୍ଗୁଣ୍ଡି, ବିଷ୍ଣୁପୁର ପ୍ରମୁଖ ଅଂଚଳର ଚାଷୀ ଭାଇମାନେ ଦୈନନ୍ଦିନ ପାଚିଲା ଧାନରେ ବିଷ ପ୍ରୟୋଗ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ସହଳ କିସମ ସ୍ୱର୍ଣ୍ଣ ସହିତ ଅନ୍ୟାନ୍ୟ ପାଚିଲା ଧାନରେ ମାଟିଆ ଗୁଣ୍ଡି ଓ ଜଉଆ ପୋକ ଉପଦ୍ରବ ଲାଗିରହୁଛି। ପୋକ ଦମନ ପାଇଁ ଚାଷୀ ମାନେ ସ୍ୱୀକୃତିପ୍ରାପ୍ତ ଦୋକାନରୁ କୀଟନାଶକ ଆଣି ଚାଷ ଜମିରେ ପ୍ରୟୋଗ କରୁଥିଲେ ସୁଦ୍ଧା ପୋକ ଉପଦ୍ରବ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗୁଛି। ଏପରିସ୍ଥଳେ କୃଷି ବିଭାଗ ଅଧିକାରୀ ମାନେ ଧର୍ମକୁ ଆଖି ଠାର ଭଳି ସ୍ୱଳ୍ପ କେତେକ ଚାଷ ଜମିକୁ ପରିଦର୍ଶନ କରି ସଠିକ କୀଟନାଶକ ପ୍ରୟୋଗ କରିବା ପାଇଁ ଚାଷୀଙ୍କୁ ସୂଚନା ଦେଇ ନିଜ କାମ ସାରିଦେଇଛନ୍ତି। କେବଳ ସରକାରୀ ଭାବେ କୃଷି କର୍ମଚାରୀ ମାନେ କ୍ଷେତ୍ର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରୁଥିବା ବେଳେ ପୋକ ଦମନ ପାଇଁ ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ରାଜ୍ୟ କୃଷି ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ