ଚିନ୍ତା ବଢାଇଲା ବରଗଡ ଫେରନ୍ତା ମହିଳା
ନାଉଗାଁ,(ଓ୍ବାଇଏନ୍ଏସ୍) : ରବିବାର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲା ପ୍ରଶସାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ମଧ୍ୟରେ ବ୍ଳକର ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୬୨ ରେ ପହଂଚିଥିବା ବେଳେ ୫୧ ଜଣ ସୁସ୍ଥ ହୋଇ ଥିବା ବେଳେ ୧୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ଜଣା ଯାଇଛି । ଆଜି ବାହାରିଥିବା ୩ ଜଣ ସଂକ୍ରମିତ ଙ୍କ ମଧ୍ୟରୁ ୨ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ପୁରୁଷ ଙ୍କ ମଧ୍ୟରେ ଜଣେ ଅଲଣା ପଂଚାୟତ ର ସେ ଦିଲ୍ଲୀରୁ ଆସିଥିବା ବେଳେ ଅନ୍ୟ ଜଣେ ରୋହିଆ ପଂଚାୟତର ସେ ମହାରାଷ୍ଟ୍ରରୁ ଫେରିଥିଲେ । ଉଭୟ ଗଜରାଜପୁର ପଂଚାୟତ ମା କୁତାମଚଣ୍ଡୀ ମହାବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଲା ଚିହ୍ନଟ ହୋଇଥିବା ୫୫ ବର୍ଷୀୟା ମହିଳା ରୋହିଆ ପଂଚାୟତର ହୋଇଥିବା ବେଳେ ସେ ୮ ଜୁନ ୨୦୨୦ ରେ ଫେରି ଉକ୍ତ ମହାବିଦ୍ୟାଳୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ର କିଛି ଦିନ ପରେ ସେ ନିଜ ଶାଶୁ ଘର ଅରଖକୁଦ ଆସିଥିଲେ । ଅରଖକୁଦରେ ପହଂଚିବା ପରେ ଗ୍ରାମର ଲୋକ ଙ୍କ ସମେତ ରୋହିଆ ପଂଚାୟତର ସରପଂଚ ତାଙ୍କ ରହିବାକୁ ବିରୋଧ କରିଥିଲେ । ଫଳରେ ଅପରାହ୍ନରେ ସେ ପୁନର୍ବାର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇଥିଲେ । ଉକ୍ତ ମହିଳା ଜଣ ଙ୍କ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅରଖକୁଦ ଗ୍ରାମକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯିବା ପାଇଁ ବିଚାର ବିମର୍ଶ ଚାଲିଥିବା ସରପଂଚ ଶିବ ପ୍ରସାଦ ନାୟକ ସୂଚନା ପ୍ରଦାନ କରିଛନ୍ତି । ଅପରପକ୍ଷେ ଉକ୍ତ ମହିଲା ଜଣ ଙ୍କ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢି ଯାଇଛି । ମହିଳା ଜଣଙ୍କ କେବେ ଘରକୁ ଆସାଥିଲେ ଉକ୍ତ ପଂଚାୟତର ସରପଂଚ ଓ ମହିଳା ଙ୍କୁ ଆଣି ଆସିଥିବା ଜୈନିକ ହୋମଗାର୍ଡ ଙ୍କ କଥାରେ ତାଳମେଳ ରହୁ ନଥିବା ରୁ ସଠିକ ତଥ୍ୟ ମିଳି ପାରୁ ନାହିଁ । ଗଜରାଜପୁର ପଂଚାୟତ ସରପଂଚଙ୍କ ପ୍ରତିନିଧି ତୁଷାରକାନ୍ତ ମହାନ୍ତିଙ୍କ ସୂଚନାନୁଯାୟୀ ମହିଳା ଜଣଙ୍କ ୮ ଜୁନ ୨୦୨୦ ରେ ବରଗଡରୁ ଅସାିଥିଲେ । ଯେହେତୁ ସେ ରାଜ୍ୟ ମଧ୍ୟରୁ ଆସିଥିଲେ ତେଣୁ ତାଙ୍କୁ ୭ ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇ ଘରକୁ ପଠାଯାଇଥିଲା । ଗ୍ରାମବାସୀ ତଥା ରୋହିଆ ପଂଚାୟତର ସରପଂଚ ବିରୋଧ କରିବାରୁ ତାଙ୍କୁ ପୁନର୍ବାର ସେହିଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ନାଉଗାଁ ଥାନାରେ କାର୍ଯ୍ୟରତ ଜୈନିକ ହୋମଗାର୍ଡଙ୍କ ସୂଚନାନୁଯାୟୀ ଉକ୍ତ ମହିଲା ଜଣ ଙ୍କ ତାଙ୍କର ସଂପର୍କୀୟ ଅଟନ୍ତି । ସେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଦିନ ରହିବା ପରେ ଏକ ଅଟୋ କରି ସଂକ୍ରମିତ ମହିଳା ଓ ତାଙ୍କ ଝିଅ ଉଭୟ ନିଜ ଘର ଅରଖକୁଦକୁ ଆସିଥିଲେ । ଜନସାଧାରଣଙ୍କ ବିରୋଧ ଯୋଗୁ ଜୈନିକ ହୋମଗାର୍ଡ ଓ ଅନ୍ୟ ଜଣେ ବ୍ୟକ୍ତି ଟି ବାଇକ ସାହାଯ୍ୟରେ ତାଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାଡିଥିଲେ । ଯେହେତୁ ଜୈନିକ ହୋମଗାର୍ଡ ମହିଳା ଜଣଙ୍କୁ ଛାଡିବା ପାଇଁ ଯାଇଥିଲେ ସେହେତୁ ପୋଲିସ ପ୍ରଶସାନ ପକ୍ଷରୁ ତାଙ୍କୁ ୭ ଦିନ ହୋମ କ୍ୱାଂରେଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ୭ ଦିନ ମଧ୍ୟରେ ତାଙ୍କର କୈାଣସି ଲକ୍ଷଣ ଦେଖା ଦେଲେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୂଚନା ଦେବା ପାଇଁ କୁହାଯାଇଛି । ଯଦି ହୋମଗାର୍ଡ ଜଣଙ୍କର କିଛି ଲକ୍ଷଣ ଦେଖାଯାଏ କିମ୍ବା ପରବର୍ତୀ ସମୟରେ କରୋନା ପଜିଟିଭ ଚିହ୍ନଟ ହୁଏ ତେବେ ନାଉଗାଁ ଥାନା ସମେତ ନାଉଗାଁ ବଜାର ବିଭିନ୍ନ ଜନସାଧାରଣ ଙ୍କ ଉପରେ ଏହାର ପ୍ରଭାବ ପଡିପାରେ ବୋଲି ସାଧରାଣରେ ଚର୍ଚ୍ଚା ଜୋର ଧରିଛି ।