ଚିନ୍ମୟଙ୍କ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତିରିଶ ହାଜର ଟଙ୍କା ପ୍ରଦାନ କଲା ସମାଜସେବୀ ସଂସ୍ଥା

ବେଲଗୁଣ୍ଠା (ଯୁଗାଦ୍ଦ ନ୍ୟୁଜ) ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ର ସୁତୁମୁସର ଗ୍ରାମ । ଯେଉଁ ଗ୍ରାମରେ ମାଳ ବରାଡଙ୍କ ଘର । ପରିବାର କହିଲେ ଦୁଇ ପୁଅକୁ ନେଇ ସୁନାର ସଂସାର । ସ୍ଵାମୀ ଅନ୍ୟ ରାଜ୍ୟରେ ଖଟିଲେ ଘରେ ଚୁଲି ଜଳିଥାଏ । ହେଲେ ସେହି ସୁନାର ସଂସାର ଭିତରେ ଗଲା ଛ ବର୍ଷ ହେବ ଲାଗି ରହିଛି ଦୁଃଖ ଆଉ ଯନ୍ତ୍ରଣା । କାରଣ ବଡ ପୁଅ ଚିନ୍ମୟ ଜନ୍ମ ହେବାର ଠିକ ଛ ମାସପରେ ଅସ୍ଵଭାବିକ ଭାବେ ବଢୁଛି ପାଟିର ଜିଭ । ନା ଶାନ୍ତିରେ ଖାଇ ପାରୁଛି ନା ସ୍ଵଷ୍ଟ ଭାବେ କଥା କହିପାରୁଛି । ଗଣ ମଧ୍ୟମରୁ ଖବର ପାଇବା ପରେ ଚିନ୍ମୟ ଙ୍କୁ ଯଥା ସମ୍ଭବ ଆର୍ଥିକ , ମାନସିକ ତଥା ଶାରୀରିକ ସାହାର୍ଯ୍ୟ ଓ ସହଯୋଗ କରିବାକୁ ଆଗେଇ ଆସିଛି ସ୍ବେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ ଓଡିଶା । ଆଜି ସ୍ଥାନୀୟ ସମସ୍ତ ଗଣମାଧ୍ୟମ ର ଭାଇ ଭଉଣୀ ଙ୍କ ସହାୟତାରେ ସରକାରଙ୍କ ନିକଟରେ ଚିନ୍ମୟ ର ପରବର୍ତ୍ତୀ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦିଗନ୍ତ ରାଉତରାୟ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ ନିର ବରାଡ ଙ୍କ ସହ ଜୟ ଜଗନ୍ନାଥ ଗ୍ରୁପର କର୍ମକର୍ତ୍ତା । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଆଡିସିନାଲ ସବ କଲେକ୍ଟର ଶ୍ରୀ ବିନୋଦ କୁମାର ବେହେରା ଙ୍କୁ ଦାବିପତ୍ର ଏବଂ ଚିନ୍ମୟର ବାପା ନିର ବରାଡଙ୍କୁ ୩୦୦୦୦/ (ତିରିଶ ହଜାର)ଟଙ୍କା ପ୍ରଦାନ କରିଥିଲେ ।
ଆଡିସିନାଲ ସବ କଲେକ୍ଟର ଜୟ ଜଗନ୍ନାଥ ଗ୍ରୁପର କର୍ମକର୍ତ୍ତା ଙ୍କୁ ନେଇ ଏମ.କେ.ସି.ଜି ମେଡିକାଲ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚରଣ ପଣ୍ଡା , ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ରାଜୁ ଦାସ ସାରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ବହୁତ ଜଲଦି ଚିନ୍ମୟ ର ଚିକିତ୍ସା ର ସୁବନ୍ଦବସ୍ତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ରେ ଜୟ ଜଗନ୍ନାଥ ଗ୍ରୁପର ଏତାଦୃଶ୍ୟ ସହଯୋଗ ଦେଖି ସମସ୍ତ ଗଣମାଧ୍ୟମର ଭାଇ ମାନେ ମଧ୍ୟ ଖୁସି ହୋଇ ସମସ୍ତ ପ୍ରକାର ସହଯୋଗ କରିବାକୁ ଆଗେଇ ଆସିଥିଲେ ।ଏଥିରେ ଚିନ୍ମୟ ର ବାପା ନିର ବରାଡ଼ଙ୍କ ସହ ଜୟ ଜଗନ୍ନାଥ ଗ୍ରୁପର ଆଡ୍ମିନ କାର୍ତ୍ତିକ ପାଣିଗ୍ରାହି , ଗ୍ରୁପର ସଭାପତି ରାଜେନ୍ଦ୍ର ପାତ୍ର , ଭଉଣୀ ମମତା ପାତ୍ର ଗ୍ରୁପର ମିଡିଆ ମୁଖପାତ୍ର ରଂଜନା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ