ଚିନ୍ମୟାନନ୍ଦ ଦୁଷ୍କର୍ମ ମାମଲା: ୮୦ରୁ ଅଧିକ କଂଗ୍ରେସ କର୍ମୀ ଗିରଫ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଆଇନ ଛାତ୍ରୀଙ୍କ ସପକ୍ଷରେ ଆଜି କଂଗ୍ରେସ ଉତ୍ତରପ୍ରଦେଶରେ ଏକ ର୍ୟାଲି ଆୟୋଜନ କରିଥିଲା । ଆଇନ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ନେତାମାନେ ଆଜି ଶାହଜାହନପୁରରୁ ଲକ୍ଷେ୍ନø ଅଭିମୁଖେ “ନ୍ୟାୟ ଯାତ୍ରା’ ଆରମ୍ଭ କରିଥାନ୍ତେ । ରାଜ୍ୟର ବହୁ ଟାଣୁଆ ନେତାମାନେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ଅନେକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକ ବେ?ଠକ କରିଥିବାବେଳେ ସେମାନଙ୍କୁ ପୁଲିସ ଅଟକାଇବା ସହ ବହୁ ସଂଖ୍ୟାରେ କର୍ମୀଙ୍କୁ ଗିରଫ କରିଛି । କଂଗ୍ରେସ ନେତା ଜିତିନ ପ୍ରସାଦ ଏବଂ କୌଶଳ ମିଶ୍ର କହିଛନ୍ତି “ନ୍ୟାୟ ଯାତ୍ରା’ରେ ଯୋଗ ନଦେବାପାଇଁ ସେମାନଙ୍କୁ ଗୃହବନ୍ଦୀ ରଖାଯାଇଛି । ତେବେ ଖାଲି ପ୍ରସାଦ ଏବଂ ମିଶ୍ର ନୁହନ୍ତି ସେମାନଙ୍କୁ ଛାଡ଼ିଦେଲେ କଂଗ୍ରେସର ଅନ୍ୟ ବରିଷ୍ଠ ନେତା ତଥା ଅଜୟ କୁମାର ଲାଲ୍ଲୁ, ଧୀରଜ ଗୁରଜରଙ୍କୁ ଗିରଫ କରି ପୁଲିସ ଲାଇନରେ ରଖାଯାଇଛି ବୋଲି ପୁଲିସ ସୂତରୁ ଜଣାପଡ଼ିଛି । ପ୍ରାୟ ୮୦ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରିଛି । କଂଗ୍ରେସ ନେତାମାନଙ୍କୁ ଗିରଫ ଏବଂ ଗୃହବନ୍ଦୀ କରାଯିବା ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁପି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।


