ଚିନ୍ମୟ ମିଶନ ପକ୍ଷରୁୁ ହନୁମାନ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):ଚିନ୍ମୟ ମିଶନ ବାଲେଶ୍ୱର ଶାଖା ତରଫରୁ ଗତ ୧୪ ତାରିଖରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ କଲ୍ୟାଣ ନଗର, ଅଙ୍ଗାରଗଡ଼ିଆସ୍ଥିତ ଚିନ୍ମୟ ମିଶନ କାର୍ଯ୍ୟାଳୟରେ ଭକ୍ତମାନଙ୍କର ସମାଗମ ହୋଇଥିଲା । ଏହା ସକାଳ ୯ଟା ଠାରୁ ଆରମ୍ଭ ହୋଇ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ପୂଜା, ଜପ, ଧ୍ୟାନ, ହନୁମାନ ଚାଳିଶା ପାଠ କରାଯାଇ ପ୍ରସାଦ ସେବନ ହୋଇଥିଲା । ସଭାପତି ଡ. କ୍ଷିତୀଶ୍ୱର ଦାସ ଏହାକୁ ପରିଚାଳନା କରିଥିଲେ । ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ବୈଦିକ କର୍ମ ସମ୍ପାଦନା କରିଥିଲେ । ମିଶନର ଧୀରେନ୍ଦ୍ର ନାରାୟଣ ଦାସ, ଦିବାକର ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ବିଜୟ କୁମାର ଦାସ ଅଧିକାରୀ, ରଜନୀକାନ୍ତ ବେହେରା, ଗଣେଶ ପରିଡ଼ା, ଗଙ୍ଗାଧର ପୃଷ୍ଟି, ବନମାଳି ନାୟକ, ବେଣୁମାଧବ ଶତପଥୀ, ବସନ୍ତ ନାୟକ, ଅକ୍ଷୟ ତ୍ରିପାଠୀ, ଅନିରୁଦ୍ଧ ବେହେରା, ସୌମ୍ୟ ରଞ୍ଜନ, ଦେବସ୍ମିତା, ବନିତା, ବିକ୍ରମ, ବନଶ୍ରୀ ଏବଂ ଜ୍ୟୋତି ଏଥିରେ ସହାୟତା କରିଥିଲେ । ପରିଶେଷରେ ହରିଶ୍ଚନ୍ଦ୍ର ସାହୁ ଶାନ୍ତିପାଠ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


