ଚିନ୍ମୟ ମିଶନ ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା):ଚିନ୍ମୟ ମିଶନ ବାଲେଶ୍ୱର ଶାଖା ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀମଦ ଭଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ସହରର ଭୋଇସାହି ସ୍ଥିତ ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ଟି ସ୍କୁଲ୍ କଲେଜ୍‌ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସିଦ୍ଧି ବିନାୟକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ଚିନ୍ମୟ ମିଶନର ପୂର୍ବତନ ସଭାପତି ଧୀରେନ୍ଦ୍ର ନାରାୟଣ ଦାସଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଚିନ୍ମୟ ମିଶନର ସଭାପତି କ୍ଷିତୀଶ୍ୱର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଶ୍ରୀମଦ ଭାଗବତ ଗୀତାର ୩ୟ ଅଧ୍ୟାୟ ‘କର୍ମଯୋଗ’ର ଶ୍ଳୋକ ଆବୃତ୍ତି କରିଥିଲେ । ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ, ରଶ୍ମିରେଖା ସାହୁ, ସଦାନନ୍ଦ ଦିକ୍ଷୀତ୍‌, ଶ୍ରଦ୍ଧାଞ୍ଜଳି ରାଉତ୍‌, ମନୋରଞ୍ଜନ ମହାରଣା ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ପ୍ରତିଯୋଗିତା ପରେ ଆୟୋଜିତ ଉତ୍ସବରେ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଗଙ୍ଗାଧର ପୃଷ୍ଟି, ହରିଶ୍ଚନ୍ଦ୍ର ସାହୁ, ରଜନୀକାନ୍ତ ବେହେରା, ଯୋଗେନ୍ଦ୍ର ଦଳେଇ, ପ୍ରଦୀପ କୁମାର ସେଠୀ, ଜନ୍ମେଜୟ ବାରିକ, ମୁକେଶ ପାତ୍ର, ପଙ୍କଜିନୀ ମାଝୀ, ଶରତ ଚନ୍ଦ୍ର ପାଣିଗ୍ରାହୀ, ଦୀପଶିଖା ନାୟକ, ସୁମିତ୍ରା ସିଂ, କବିତା ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସଞ୍ଜୟ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ