ଚିନ୍ମୟ ମିଶନ ବାଲେଶ୍ୱର ଆନୁକୂଲ୍ୟରେ ଶ୍ରୀମଦ୍ ଭଗବତ ଗୀତା ଜ୍ଞାନଯଜ୍ଞ ଉଦ୍‌ଘାଟିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ମୋତିଗଞ୍ଜସ୍ଥିତ ରାଜସ୍ଥାନ ଭବନ ପାଖରେ ଚିନ୍ମୟ ମିଶନ ବାଲେଶ୍ୱର ଶାଖା ତରଫରୁ ଶ୍ରୀମଦ୍‌ଭଗବତ ଗୀତା ଜ୍ଞାନଯଜ୍ଞ ୬ଦିନ ଧରି କାର୍ଯ୍ୟକ୍ରମକୁ ଆଜି ସନ୍ଧ୍ୟାରେ ସଦର ବିଧାୟକ ଶ୍ରୀଯୁକ୍ତ ମଦନମୋହନ ଦତ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀଯୁକ୍ତ ଦତ୍ତ ଚିନ୍ମୟ ମିଶନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ମିଶନର ସମସ୍ତ କାର୍ଯ୍ୟକ୍ରମରେ ତାଙ୍କର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ଉପସ୍ଥିତ ରହି ଜନସାଧାରଣ ଏହି ୬ଦିନ ବ୍ୟାପୀ କାର୍ଯ୍ୟକ୍ରମ (ଉପଦେଶ ସାର – ରମଣ ମହର୍ଷିକୃତ) ଓ ସନ୍ଧ୍ୟା ଘ. ୬.୩୦ମି. ରୁ ଘ.୮.୦୦ମି. ପର୍ଯ୍ୟନ୍ତ (ଗୀତାର ତୃତୀୟ ଅଧ୍ୟାୟ – କର୍ମଯୋଗ) ଯୋଗଦାନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ମିଶନର ବାଲେଶ୍ୱର ଜିଲ୍ଲା ସଭାପତି ଡାକ୍ତର ବେଣୁମାଧବ ଶତପଥୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚଆହ୍ୱାନ ସହ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଉଦ୍‌ଘାଟନ ଉତ୍ସବରେ ମିଶନର ବରିଷ୍ଠ ଉପଦେଷ୍ଠା ଶ୍ରୀଯୁକ୍ତ ଧୀରେନ୍ଦ୍ର ନାରାୟଣ ଦାସ, ଜଗଦୀଶ ପ୍ରସାଦ ଖଣ୍ଡେଲୱାଲ୍‌, ଉପସଭାପତି ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ସାହୁ, ରଜନୀକାନ୍ତ ବେହେରା, ଗଙ୍ଗାଧର ପୃଷ୍ଟି, ଡାକ୍ତର ପ୍ରଭାକର ରଥ, ରାମଚନ୍ଦ୍ର ନାୟକ, ଦିବାକର ଶତପଥୀ, ଦିବାକର ମହାପାତ୍ର, ବଂଶୀଧର ମହାପାତ୍ର, ଡ. କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ବେଣୁଧର ପାଲ୍‌, ତ୍ରିଲୋଚନ ପାଣିଗ୍ରାହୀ, ରଶ୍ମିରେଖା ସାହୁ, ସବିତା ମହାପାତ୍ର, ସରୋଜ ସାମଲ, ଗୌରଚନ୍ଦ୍ର ଦାଶ, ରାଜକିଶୋର ମଲ୍ଲିକ, ହୃଷିକେଶ ପାତ୍ର, ଶରତଚନ୍ଦ୍ର ପାଣିଗ୍ରାହୀ, ନଗେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଯୁଗ୍ମସଂପାଦକ ଗଣେଶ ଚନ୍ଦ୍ର ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉଦ୍‌ଘାଟନ ଉତ୍ସବ ପରେ ରାଞ୍ôଚସ୍ଥିତ ଚିନ୍ମୟ ମିଶନର ମୁଖ୍ୟ ପୂଜ୍ୟସ୍ୱାମୀ ମାଧବାନନ୍ଦ ସରସ୍ୱତୀ ଗୀତାର ୩ୟ ଅଧ୍ୟାୟ କର୍ମଯୋଗ ବିଷୟରେ ପ୍ରବଚନ ଦେଇଥିଲେ । ସ୍ଥାନୀୟ ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ