ଚିରିକୁଟି ବଣ୍ଟନକୁ ନେଇ ଭହୟ ରେ ଅସନ୍ତୋଷ
ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ବ୍ରହ୍ମପୁର ସହର ନିକଟସ୍ଥ ଗ୍ରାମ ମାନଙ୍କରେ ଚିରିକୁଟି ବଣ୍ଟନ ଆରମ୍ଭ ହୋଇଛି। ଆଜି ସକାଳୁ ଏହି କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ନିକଟସ୍ଥ ନୁଆଁ ଖଜୁରିଆ ଗ୍ରାମରେ ଏହାକୁ ନେଇ ଭହୟ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଭହକ୍ଟ୍ର ପକ୍ଷରୁ ଘର ଘର ବୁଲି ଏହି ଚିରିକୁଟି ବଣ୍ଟନ କରାଯାଉଛି। ଭହୟ ଦଳ ଲୋକଙ୍କ ଦେଖା ନଥିବା ବେଳେ ଅଙ୍ଗନବାଡି ଓ ଆଶା କର୍ମୀଙ୍କ ଦ୍ୱାରା ମଧ୍ୟ ଏହି କାର୍ୟ୍ୟ ଚାଲିଛି। ତେବେ ଅଙ୍ଗନବାଡ଼ି ଓ ଆଶା କର୍ମୀ ମାନେ ଘର ଘର ବୁଲି ଚିରିକୁଟି ବାଣ୍ଟିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ବସି ଲୋକ ମାନଙ୍କୁ ଚିରିକୁଟି ନେବାକୁ ଡକାଉ ଥିବାରୁ ଏହାକୁ ନେଇ ଭହୟ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଭଳି ହେଲେ ଭହୟ ର ଭୋଟ ହାର କମିବ ବୋଲି ସମର୍ଥକ ମାନେ ଅଭିଯୋଗ କରିଛନ୍ତି। ଏଥି ପ୍ରତି ଦ୍ରୁଷ୍ଟି ଦେଇ ତୁରନ୍ତ ଚିରିକୁଟି ଘରେ ଘରେ ପହଞ୍ଚାଇବା ବ୍ୟବସ୍ତା କରିବାକୁ ଦାବି ହୋଇଛି।


