ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଶିକାରୀ ସକ୍ରିୟ

କଣାସ, (ପାହାନ୍ତାସିଂହ ଅଜଂଳୀ ସାହୁ):ଶୀତ ଋତୁରେ ଏସିଆ ମହାଦେଶର ବୃହତ୍ତମ ହ୍ରଦ ଚିଲିକାକୁ ଭିନ୍ନନ ଦେଶର ରଙ୍ଗ ବେରଙ୍ଗର ଅତିଥି ପକ୍ଷୀମାନେ ବିଚରଣ କରିବା ପାଇଁ ଆସିଥାନ୍ତି ।ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀମାନଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ସୁଯୋଗ ନେଇ ଶିକାରୀମାନେ ସକ୍ରିୟ ହୋଇଛନ୍ତି । ଏବେ ସେହି ସବୁ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ଅନେକ ଚିଲିକା ନିକଟବର୍ତ୍ତୀ ଗ୍ରାମ ଗୁଡିକର ନଦୀ ନାଳ ଓ ଚାଷ ଜମିମାନଙ୍କରେ ବିଚରଣ କରୁଛନ୍ତି ।ସେମାନଙ୍କ ଉପରେ ନଜର ପକାଉଛନ୍ତି ପକ୍ଷୀହାନ୍ତା ଶିକାରୀମାନେ ।ପକ୍ଷୀମାନକଙ୍କୁ ମାଛ ଓ ଗେଣ୍ଡାରେ ବିଷ ଦେଇ କେତେକ ଦୁର୍ବୃତ୍ତ ମାରୁଥିବା ବେଳେ ଶିକାରୀ ମଧ୍ୟ ବନ୍ଧୁକରେ ପକ୍ଷୀ ମାରି ଶିକାର କରୁଥିବା ଶୁଣିବାକୁ ମିଳୁଛି ।ବନ୍ୟପ୍ରାଣୀ ବିଭାଗ ଓ ସ୍ଥାନୀୟ ଥାନା ଅଧିକାରୀମନେ ନଜର ରଖିଲେ ଶିକାରୀମାନେ ପକ୍ଷୀ ଶିକାର କରିପାରିବେ ନାହିଁ ବୋଲି ପକ୍ଷୀପ୍ରେମୀମାନେ କହିଛନ୍ତି ।ଶୀତ ୠତୁରେ ବିଦେଶରୁ ଆସୁଥିବା ରଙ୍ଗବେରଙ୍ଗର ପକ୍ଷୀ ଚିଲିକାର ଶୋଭା ସଂଦର୍ଯ୍ୟ ବଢ଼ାଉଥିବା ବେଳେ କିଚିରି ମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ସମଗ୍ର ପରିବେଶ ।ଚିଲିକା ଯାଉଥିବା ପର୍ଯ୍ୟଟକମାନେ ପିକ୍ଷୀମାନଙ୍କୁ ଦେଖି ବେସ ଆନନ୍ଦ ଅନୁଭବ କରୁଥିବା ସହ ମଜା ନେଇଥାନ୍ତି । ସେଥିପାଇଁ ପ୍ରଶାସନ ଓ ବନ୍ୟ ବିଭାଗ ପକ୍ଷରୁ ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ବଢ଼ାଇବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ