ଚିଲିକାରେ କାଳବୈଶାଖୀ ପ୍ରଭାବରୁ ବୁଡ଼ିଲା ନୌକା

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଆଜି ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା, ଟାଙ୍ଗୀ ଆଦି ଅଂଚଳରେ କାଳବୈଶାଖୀର ପ୍ରଭାବରେ ଚିଲିକା ଉପକୂଳ ଟାଙ୍ଗୀବ୍ଲକ ଅଧୀନ ସରସ୍ୱତୀନଗର ମତ୍ସଜୀବୀଙ୍କ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ବାଲିପାଟପୁର ପଂଚାୟତର ସରସ୍ୱତୀନଗର ମତ୍ସ୍ୟଜୀବୀ ସଂଘର ଦୁଷ୍ମନ୍ତ ବେହେରା, ମଳୟ ରଂଜନ ବେହେରାଙ୍କ ସୂଚନାନୁସାରେ, ଆଜି ୧୩ଟି ନୌକାରେ ଶହେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ପ୍ରାୟ ସନ୍ଧ୍ୟା ୬ଟା ବେଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ୧୨ଟି ନୌକା ୭ ନମ୍ବର କୁଦ ନିକଟରେ ନୌକାଗୁଡ଼ିକୁ କୌଣସି ମତେ ରଖିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଅନ୍ୟ ଏକ ନୌକା କୁଦ ନିକଟରେ ଲାଗିପାରିନଥିଲା ଓ ଚିଲିକା ମଧ୍ୟରେ ଓଲଟି ପଡ଼ିଥିଲା। ଝଡ଼ବର୍ଷା ଥମିବା ପରେ ୧୩ ନମ୍ବର ଡଙ୍ଗାର ୪ ଜଣ ମତ୍ସଜୀବୀ କୁ ଉଦ୍ଧାର କରୁଥିବା ବେଳେ ସେମାନଙ୍କ ସହ ଥିବା ଜଣେ ମତ୍ସଜୀବୀ କୁ ଠାବ କରିପାରିନଥିଲେ କିନ୍ତୁ ନିଖୋଜ ମତ୍ସଜୀବୀ ଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ