ଚିଲିକା ଶ୍ରୀକ୍ଷେତ୍ର

ପାରିକୂଦଗଡେ ଗୁରୁବାଇ କ୍ଷେତ୍ର
ଲୀଳା ଯୋଗେ ନାମ ଚିଲିକା ଶ୍ରୀକ୍ଷେତ୍ର ।
ଖ୍ରୀଷ୍ଟାବ୍ଦ ଶୋଳଶହ ବାର ,ସତର
ଯବନ ଲୁଣ୍ଠନ କଲେ ବାରମ୍ବାର ।
କଲ୍ୟାଣମୟଙ୍କ ଆକ୍ରମଣ କାଳେ
ମହିଷାନାସୀରୁ ଗୁରୁବାଇ ଗଲେ ।
ଚପାରୁ ଓହ୍ଲାଇ ଗଛ ଛାଇ ତଳେ
ଲୀଳା ସେ ଲୋଟଣୀ ବରଗଛ ମୂଳେ ।
ଏଥୁ ଅନ୍ତେ ପ୍ରଭୁ ପୁଣି ଆସିଥିଲେ
ଗୁରୁବାଇ କ୍ଷେତ୍ରେ ଲୀଳା ରଚିଥିଲେ ।
ମକରମ ଖାଁ ଆକ୍ରମଣ କଲେ
ଭାର୍ଗଵୀରେ ଗୁରୁବାଇକୁ ଆସିଲେ ।
ଏତିକିରେ ପ୍ରଭୁ ଲୀଳା ନ ସରିଲା
ତକି ଖାଁ ଆକ୍ରମଣ କରିଥିଲା ।
ଦ୍ବିତୀୟ ରାମଚନ୍ଦ୍ର ଦେବଙ୍କ କାଳେ
ପୁଣି ଲୀଳାକଲେ ଗୁରୁବାଇ କୂଳେ ।
ପରମାନନ୍ଦ କୁଅଁର ମହାପାତ୍ର
ବିଷ୍ଣୁ ପଶ୍ଚିମ କବାଟ ମହାପାତ୍ର ।
ଶ୍ରୀଛାମୁ ଚିଟାଉ ଆଜ୍ଞା ପରମାଣେ
ବଡ ସାନ ପରୀକ୍ଷ ନେଲେ ତତ୍କ୍ଷଣେ ।
ଦୋବନ୍ଧା ଗ୍ରାମରୁ ଭାର୍ଗବୀ ଗର୍ଭରେ
ପ୍ରବେଶ ଚିଲିକା ହେନ୍ତାଳ ବଣରେ ।
ଦେଖନ୍ତି ଚିଲିକା ଲାଗଇ ସମୁଦ୍ର
ବୁଦ୍ଧି ହଜିଗଲା ଗଣିଲେ ପ୍ରସାଦ ।
ପ୍ରଭୁଙ୍କ ଲୀଳାକୁ କିଏ ବା ବୁଝିବ
କେଉଁ ସ୍ଥାନେ ତାଙ୍କ କେତେ ପ୍ରିୟ ଭାବ ।
ନଈରୀ ନ ଯାଇ ସରୁ ନାଳେ ନାଳେ
ପହଞ୍ଚିଲେ ଯାଇ ଗୁରୁବାଇ କୂଳେ ।
କିଛିଦିନ ପ୍ରଭୁ ଏଠି ଲୀଳା କରି
ନଈରୀକୁ ଯାତ୍ରା କଲେ ନାବ ଧରି ।
ନଳବଣ ଦ୍ବୀପ ପାଶେ ପାଶେ ଦେଇ
ଚଢେଇହଗା ପାହଡ ବାଟଦେଇ ।
ମାଲକୁଦା ଘାଟେ ଟିକାଲିକୁ ନେଲେ
ନଈରୀରେ ଯାଇ ପ୍ରଭୁ ଲୀଳା କଲେ ।
ଏହି ଭଳି ଏଠି ଲୀଳା ରଚିଥିଲେ
କିଏ କହେ ଦୁଇ ତିନି ଥର ଭଲେ ।
ଲୋଟଣୀ ବରଗଛ ହିଁ ମୁକସାଖୀ
ବ୍ରହ୍ମଙ୍କ ଲୀଳାକୁ ଏକା ଥିଲା ଦେଖି ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ