ଚିହ୍ନଟ ହେଲା ମୃତ ଦେହ
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଳା ଅଡବା ଥାନା ନିକଟସ୍ଥ ଗତକାଲି ରାସ୍ତା କଡରୁ କ୍ଷତବିକ୍ଷତ ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ମିଳିଥିବା ବେଳେ ଗୁରୁବାର ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣକ ପରିଚୟ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଗ୍ରାମର ଯୁବରାଜ ଚଣ୍ଡି ବୋଲି ଜଣାପଡିଛି । ସେ ୩୧ ତାରିଖ ଠାରୁ ନିଖୋଜ ରହିଥିବା ପରିବାର ଲୋକେ ମୁନିିଗୁଡା ଥାନାରେ ଅଭିଯୋଗ କରିଥିଲେ ।ଅନ୍ୟ ପଟେ ପୋଲିସ ତରଫରୁ ନୂତନ ବର୍ଷରେ ରାସ୍ତା କଡରୁ କ୍ଷତ ବିକ୍ଷତ ଅବସ୍ଥାରେ ମୃତଦେହ ମିଳିଥିବାରୁ ପୋଲିସ ତନ୍ନାଘନା କରୁଥିବା ବେଳେ ଯୁବକଙ୍କ ପରିଚୟ ମିଳିନଥିବାରୁ ପୋଲିସ ସମସ୍ତ ଥାନାକୁ ପୋଲିସ ମୃତକଙ୍କ ଫଟୋ ଜାରୀ କରିଥିଲା । ଏହା ପରେ ମୃତକ ଙ୍କ ପରିଚୟ ପୋଲିସ ତରଫରୁ ହସ୍ତଗତ ହୋଇଥିଲା । ଗୁରୁବାର ତାଙ୍କ ମୃତକଙ୍କ ଭାଇ ଓ ପୁତୁରା ମୋହନା ଆସି ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପୋଲିସ ଶବକୁ ଉଦ୍ଧାର କରି ମେଡିକାଲକୁ ଶବବ୍ୟେବଚ୍ଛେଦ ନିମନ୍ତେ ପଠାଇବା ସହ ଏହାର ଅଧିକ ତଦନ୍ତ ନିମନ୍ତେ ମୁନିଗୁଡାରୁ ଏକ ଟିମ୍ ପଠାଯିବ ବୋଲି ଆରଉଦୟଗିରି ପୋଲିସ କହିଛି ।


