ଚୀନକୁ ଚିନ୍ତା ଗଣବିଦ୍ରୋହ
୧୫ ଜୁନ ତାରିଖରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ଚୀନର ପ୍ରାୟ ୪୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ଏହି ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବା ଦେଶର ସରକାର ଓ ସେନା ସ୍ୱୀକାର କରିଥିଲେ । ସମଗ୍ର ଭାରତରେ ସହିଦ ଯବାନଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଥିଲା । ତେବେ ଚୀନର କମ୍ୟୁନିଷ୍ଟ ସରକାର ନିଜ ପକ୍ଷରୁ ମୃତ ସୈନିକଙ୍କ ସମ୍ପର୍କରେ ଦେଶବାସୀଙ୍କୁ ଏ ପର୍ଯ୍ୟନ୍ତ ଜଣାଇ ନାହାନ୍ତି । ଯଦି ଏହା ଦେଶବାସୀଙ୍କ ଜଣାଇ ଦିଆଯାଏ ତେବେ ଦେଶରେ ବିଦ୍ରୋହ ଦେଖାଦେଇପାରେ ବୋଲି ଚୀନ ସରକାର ଭାବୁଛନ୍ତି । ଭାରତୀୟ ଯବାନମାନେ ଅଧିକ ସଂଖ୍ୟାରେ ଚୀନ ଯବାନଙ୍କୁ ମାରିଛନ୍ତି ବୋଲି ଜଣାପଡ଼ିଯାଏ ତେବେ ଚୀନର କମୁ୍ୟନିଷ୍ଟ ସରକାର ବିରୋଧରେ ଜନ ଆନେ୍ଦାଳନ ତେଜିପାରେ । ଏଥିପାଇଁ ଚୀନ ସରକାର କୌଣସି ତଥ୍ୟ ଦେଉନାହାନ୍ତି । ଚୀନ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସେଠାକାର ପୂର୍ବତନ ସେନାଧିକାରୀ ଓ ଜନତା ନାପସନ୍ଦ କରିଛନ୍ତି ।